ଭଞ୍ଜନଗର ୧୧।୧୧: ଗଞ୍ଜାମ ଗିଡ଼ିପାବାଲି ଭୂସ୍ଖଳନ ଘଟଣାରେ ବିପନ୍ନ ୫ ପରିବାରକୁ କନ୍ଧମାଳ ଓ ଅନ୍ୟ ୨ ପରିବାରଙ୍କୁ ଗଞ୍ଜାମ ଜିଲ୍ଲାରେ ଥଇଥାନ ପାଇଁ ଯୋଜନା କରିଛି ପ୍ରଶାସନ । ଗତକାଲି ନିଖୋଜ ୬ ଜଣଙ୍କ ପାଇଁ ଶୁଦ୍ଧିକାର୍ଯ୍ୟ ସମାପନ ହୋଇଛି । ବର୍ତ୍ତମାନ ୯ ଜଣଙ୍କୁ ବଜ୍ରକୋଟ ପ୍ରାଥମିକ ବିଦ୍ୟାଳୟରେ ରଖାଯାଇଛି । ସେଠାରେ ସେମାନଙ୍କ ପାଇଁ ଖାଦ୍ୟ ଓ ପାନୀୟର ବ୍ୟବସ୍ଥା କରିଛି ପ୍ରଶାସନ ।

ଗଞ୍ଜାମ ଜିଲ୍ଲା ଗିଡ଼ିପାବାଲି ଗାଁରେ ଭୂସ୍ଖଳନରେ ମୃତକଙ୍କ ପରିବାର ଲୋକଙ୍କୁ ଥଇଥାନ କରିବା ପାଇଁ ଚେଷ୍ଟା ଚଳାଇଛି ପ୍ରଶାସନ । ବର୍ତ୍ତମାନ ଦୁଇଟି ପରିବାରର ୯ ଜଣ ଲୋକଙ୍କୁ ବଜ୍ରକୋଟ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ ରଖାଯାଇଛି l ବର୍ଷେ ପର୍ଯ୍ୟନ୍ତ ଏହି ସ୍କୁଲ ଘରେ ରହିବା ପରେ ତାଙ୍କୁ ଘର ନିର୍ମାଣ କରି ଯୋଗାଇ ଦେବା ପାଇଁ ପରିବାର ଲୋକ କହିଛନ୍ତି l

​​​​​​​

Also Read:- ABVP ଛାତ୍ରନେତା ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁମନ୍ତ୍ର, ଯୁବପିଢ଼ିଙ୍କୁ ସଠିକ୍ ଦିଗ ଦେଲେ ବିଶ୍ବ ଆଗକୁ ବଢ଼ିବ

ଅନ୍ୟପଟେ ପୋତି ହୋଇ ରହିଥିବା ଲୋକଙ୍କୁ ଉଦ୍ଧାର ପାଇଁ ସରକାର ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି । ପରିବାର ଲୋକ ସେମାନଙ୍କୁ ଜୀବିତ ଉଦ୍ଧାର କରାଯିବାକୁ ନେଇ ଆଶା କରିପାରୁନାହାନ୍ତି l ତେଣୁ ଏକ ଗଛ ମୂଳରେ ବନ୍ଧୁବାନ୍ଧବଙ୍କୁ ସାଥିରେ ନେଇ ଶୁଦ୍ଧିକାର୍ଯ୍ୟ ସମାପନ କରିଛନ୍ତି l