ନୂଆଦିଲ୍ଲୀ,୧୨|୦୭: ହାରିଛି ଭାରତ । ଇଂଲଣ୍ଡ ବିପକ୍ଷରେ କ୍ଲିନ୍ ସ୍ୱିପ୍ ହୋଇଛି । ପ୍ରଥମେ ଆୟରଲ୍ୟାଣ୍ଡ୍ ଏବେ ଇଂଲଣ୍ଡ । ଗୋଟିଏ ହେଲେ ମୁକାବିଲା ଜିତିପାରିନି ଟିମ୍ ଇଣ୍ଡିଆ । ବିଫଳ ହୋଇଛି ଶ୍ରେୟସ ଆୟରଙ୍କ ପ୍ଲାନ୍ । ସୂର୍ଯ୍ୟ କୁମାର ଯାଦବଙ୍କୁ ହଟାଇ ଶ୍ରେୟସଙ୍କୁ ନେତୃତ୍ୱ ଭାର ମିଳିଥିଲା । ହେଲେ ସେ ଆରମ୍ଭରୁ ଝୁଣ୍ଟିଛନ୍ତି । କୋଚ୍ ଗୌତମ ଗମ୍ଭୀରଙ୍କ ରଣନୀତି ବି ଫେଲ୍ ମାରିଛି । ଯାହାକୁ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ ।

ପ୍ରଥମେ ଆୟରଲ୍ୟାଣ୍ଡ ବିପକ୍ଷରେ ୨-୦ରେ ଟି୨୦ ସିରିଜ୍ ହାରିଥିଲା ଦଳ । ଏହାପରେ ଇଂଲଣ୍ଡ ବିପକ୍ଷରେ ୪-୦ରେ ସିରିଜରେ ମୂଳପୋଛ ହୋଇଛି ।ଏହାସହ ଇଂଲଣ୍ଡ ଟି୨୦ ରାଙ୍କିଂରେ ଏକ ନମ୍ବର ସ୍ଥାନ ହାସଲ ତକିଛି । ଦୀର୍ଘ ୧୬୦୫ ଦିନ ଧରି ଟପ୍ ପୋଜିସନରେ ଥିବା ଭାରତ ତଳକୁ ଖସିଛି । ସିରିଜ୍ ଆରମ୍ଭ ହେବା ପୂର୍ବରୁ ଭାରତ ଏକ ନମ୍ବରରେ ଥିଲା । କିନ୍ତୁ ୪ଟି ମ୍ୟାଚ୍ ହାରିବା ପରେ ସ୍ଥିତି ବଦଳିଯାଇଛି ।

ବ୍ୟାଟିଂ-ବୋଲିଂ-ଫିଲ୍ଡିଂରେ ଫେଲ୍

ଆୟରଲ୍ୟାଣ୍ଡ ହେଉ କି ଇଂଲଣ୍ଡ ବିପକ୍ଷ ମୁକାବିଲା । ବ୍ୟାଟିଂ, ବୋଲିଂ ଏବଂ ପିଲ୍ଡିଂରେ ଭାରତ ଫେଲ୍ ମାରିଛି । ଇଂଲଣ୍ଡ ବିପକ୍ଷ ଚତୁର୍ଥ ମୁକାବିଲାରେ ଭାରତ ସବୁ ବିଭାଗରେ ଫେଲ୍ ମାରିଥିଲା । ସମସ୍ତ ବୋଲରଙ୍କୁ ଇଂଲିଶ୍ ବ୍ୟାଟର ପ୍ରହାର କରିଥିଲେ । ହ୍ୟାରି ବ୍ରୁକ୍ ଏବଂ ଜସ୍ ବଟଲର ରନ୍ ବର୍ଷା କରିଥିଲେ । ଭାରତର ସବୁ ବୋଲର ଅସହାୟ ମନେ କରୁଥିଲେ ।

ଖାଲି ବୋଲିଂ ନୁହେଁ ଦଳ ଫିଲ୍ଡିଂରେ ନିରାଶ କରିଥିଲା । ଦଳ ୪ଟି କ୍ୟାଚ୍ ହାତଛଡା କରିଥିବା ବେଳେ ବାଉଣ୍ଡରୀ ରୋକିବାରେ ଭଲ ଭଲ ଖେଳାଳି ଫେଲ୍ ମାରିଥିଲେ । ବ୍ୟାଟସମ୍ୟାନ୍ ସବୁଠୁ ଅଧିକା ନିରାଶ କରିଥିଲେ । କେବଳ ଇଶାନ କିଷାନ ଏବଂ ତିଲକ ବର୍ମାଙ୍କ ବ୍ୟତୀତ ଆଉ କେହି ବଡ ପାଳି ଖେଳିନଥିଲେ ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ଭାରତ ନିଜ ଭୁଲ ସୁଧାରିନଥିଲା । ଆୟରଲ୍ୟାଣ୍ଡ ବିପକ୍ଷରେ ଦଳ ହାରିବା ଏକ ଚେତାବନୀ ଥିଲା । ଦଳ କରିଥିବା ଭୁଲ ମାର୍ଜିତ କରିବ ବୋଲି ସମସ୍ତେ ଭାବିଥିଲେ । ହେଲେ ସେମିତି କିଛି ହୋଇନଥିଲା । ବରଂ ଟିମ୍ ଆହୁରି ଅଧିକ ଭୁଲ କରିଚାଲିଲା ।

ୟୁରୋପ ଗସ୍ତରେ ଶ୍ରେୟସଙ୍କ ଯୁବ ଟିମ୍ ମିଳିଥିଲା । କିଛି କିଛି ଅଭିଜ୍ଞ ଖେଳାଳି ରହିଥିଲେ । ଜସପ୍ରିତ ବୁମରା ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭଳି ଖେଳାଳି ସାମିଲ ନଥିଲେ । କିନ୍ତୁ ଆଇପିଏଲରେ ଭଲ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ସାମିଲ କରାଯାଇଥିଲା । ଦଳର ସମସ୍ତ ଦୁର୍ବଳତା ହାରିବା ପରେ ସାମ୍ନାକୁ ଆସିଛି । ସବୁ ପରିସ୍ଥିତିରେ ଭାରତୀୟ ଖେଳାଳି ଯେ ଖେଳିପାରିବେନି ତାହା ପ୍ରମାଣିତ ହୋଇଛି । ଏହାସହ ଫିଟନେଶ୍ ଏବଂ କୋଚିଂ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Also Read :- ଇଂଲଣ୍ଡର ସିରିଜ୍ କ୍ଲିନ ସୁଇପ, ବିଶ୍ଵ ଚାମ୍ପିଅନ ଭାରତର ଲଜ୍ଜାଜନକ ପରାଜୟ, ହାତରୁ ଖସିଲା ଶୀର୍ଷ ସ୍ଥାନ

ବିବାଦରେ ଗମ୍ଭୀର

ଗମ୍ଭୀର କୋଚ୍ ହେଲା ପରେ ଭାରତର ରେକର୍ଡ ଖରାପ ହେଉଛି । ଦଳ ନ୍ୟୁଜିଲାଣ୍ଡ ବିପକ୍ଷରେ ୩-୦ରେ ଟେଷ୍ଟ୍ ସିରିଜ୍ ହାରିଥିଲା । ଏହାପରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୨-୦ରେ ଟେଷ୍ଟ୍ ହାରିଥିଲା ।ଦଳରେ ହେଉଥିବା ବାରମ୍ବାର ପରିବର୍ତ୍ତନ ହିଁ ଦୁର୍ଦ୍ଦଶାର ବଡ କାରଣ । ଗମ୍ଭୀରଙ୍କ ଫେଭରେଟିଜିମକୁ କେହି କେହି ଦାୟୀ କରୁଛନ୍ତି । ଚର୍ଚ୍ଚା ହେଉଛି ଯେ, ବିସିସିଆଇ ଚୁପ୍ ବସିବନି । ନିଶ୍ଟିତ କିଛି ନା କିଛି ଆକ୍ସନ ନେବ ।