କଳାହାଣ୍ଡି, ୨୭/୦୯ : ରାଜ୍ୟରେ ବଢି ଚାଲିଛି ଗଞ୍ଜେଉ ଚାଲାଣ । ପ୍ରତିଦିନ ଧରା ହେଉଛନ୍ତି ଅଭିଯୁକ୍ତ । କ୍ୱିଣ୍ଟାଲ କ୍ୱିଣ୍ଟାଲ ଗଞ୍ଜେଇ ଜବତ ହେଉଛି । ବେପାରୀମାନେ ଚାଲାଣ କରିବା ପାଇଁ ନୂଆ ନୂଆ ପନ୍ଥା ଆପଣାଉଛନ୍ତି । ଏପରିକି ସେମାନେ ମାଛ ପେଟଟିରେ ମଧ୍ୟ ସବୁଜ ଜହର ଚାଲାଣ କରୁଥିବା ଦେଖିବାକୁ ମିଳିଛି ।

ରିପୋର୍ଟ ଅନୁସାରେ, ଇ-କମର୍ଶ ଆଳରେ ଗଞ୍ଜେଇ ଚୋରାଚାଲାଣ ହେଉଛି । କଳାହାଣ୍ଡିରୁ ଉତ୍ତରପ୍ରଦେଶ ଯାଉଥିବା ବିପୁଳ ପରିମାଣର ଗଞ୍ଜେଇକୁ ଅବକାରୀ ବିଭାଗ ଜବତ କରିବାରେ ସଫଳ ହୋଇଛି । ଚାଲାଣକାରୀମାନେ ମାଛ ପେଟି ଭିତରେ ପ୍ୟାକିଂ କରି ଗଞ୍ଜେଇ ନେଉଥିଲେ।

ସବୁଠାରୁ ବଡ କଥା ହେଲା ଯେ, ସେମାନେ ଯେଉଁ ଗାଡିରେ ଏହାକୁ ଚାଲାଣ କରୁଥିଲେ ସେଥିରେ ଏକ ଅନଲାଇନ୍ କୋରିଅର ସେବା ପ୍ରଦାନକାରୀ ସଂସ୍ଥାର ନାଁ ଲେଖାଯାଇଥିଲା । ହେଲେ ବିଶେଷ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗର ଚଢ଼ାଉ କରିଥିଲା। ଟିମ୍ ଗାଡିରୁ ୩୨ଟି ପ୍ୟାକେଟରେ ଥିବା ପ୍ରାୟ ୪ କୁଇଣ୍ଟାଲ ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି । ତେବେ ଏସବୁ ଉତ୍ତରପ୍ରଦେଶର ବୁଲନ୍ଦସହର ଜିଲ୍ଲା ଖୁର୍ଜାର ଅତିରିକ୍ତ ଜିଲ୍ଲା ଜଜଙ୍କ ଠିକଣାକୁ ଯାଉଥିବା ସୂଚନା ମିଳିଛି। ଘଟଣାକୁ ନେଇ ଅବକାରୀ ବିଭାଗର ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି ।

Also Read :- ଛାତ୍ରୀ ଗଣଦୁଷ୍କର୍ମ ନେଇ ଗୁଜବ ପ୍ରଚାର: ମିଛ ଖବରକୁ ବିଶ୍ୱାସ କରି ୟୁନିଭର୍ସିଟିରେ ଭଙ୍ଗାରୁଜା, ଜାଳି ଦେଲେ କଲେଜ ସମ୍ପତ୍ତି