ନୂଆଦିଲ୍ଲୀ: ବିଦେଶୀ ନିବେଶକଙ୍କ ଭରସା ହରାଉଛି ଭାରତୀୟ ଶେୟାର ମାର୍କେଟ୍। ତେଣୁ ମାର୍କେଟ୍ରୁ ନିବେଶ ପ୍ରତ୍ୟାହାର ଜାରି ରହିଛି। ଅକ୍ଟୋବର ମାସରେ ବିଦେଶୀ ନିବେଶକମାନେ ଭାରତୀୟ ଶେୟାର ମାର୍କେଟ୍ରୁ ୪୪,୧୬୬ କୋଟି ଟଙ୍କା ଉଠାଇ ନେଇଛନ୍ତି। ଫଳରେ ୨୦୨୬ରେ ଏପର୍ଯ୍ୟନ୍ତ ବିଦେଶୀ ପୁଞ୍ଜି ପ୍ରତ୍ୟାହାର ୩.୦୪ ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇସାରିଲାଣି।

ଅଶୋଧିତ ତୈଳ ଦର ବୃଦ୍ଧି, ଆମେରିକା ଡଲାର ମଜଭୁତ ହେବା ଓ ଆମେରିକୀୟ ବଣ୍ଡ ୟିଲ୍ଡରେ ବୃଦ୍ଧି ଏହି ପୁଞ୍ଜି ପ୍ରତ୍ୟାହାରର ପ୍ରମୁଖ କାରଣ ପାଲଟିଛି। ଏହା ବାଦ ଉତ୍ତର ଏସୀୟ ବଜାରରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସହ ସମ୍ପର୍କିତ କମ୍ପାନୀଗୁଡ଼ିକରେ ବୃଦ୍ଧି ବି କ୍ୟାସ ଆଉଟଫ୍ଲୋର କାରଣ ହୋଇଛି।

ସେପ୍ଟେମ୍ବର ବି ବଢ଼ିଥିଲା ଶେୟାର ବିକ୍ରି

ଏନଏସଡିଏଲ୍(ନ୍ୟାସନାଲ ସିକ୍ୟୁରିଟିଜ୍ ଡିପୋଜିଟୋରୀ ଲିମିଟେଡ୍) ରିପୋର୍ଟରେ ଅନୁସାରେ ସେପ୍ଟେମ୍ବର ମାସରେ ବିଦେଶୀ ନିବେଶକମାନେ ଭାରତୀୟ ଶେୟାର ମାର୍କେଟ୍ରୁ ପ୍ରବଳ ମାତ୍ରାରେ ନିଜ ଶେୟାର ବିକ୍ରି କରିଥିଲେ। ୩୫,୮୬୧ କୋଟି ଟଙ୍କାର ଶେୟାର ବିକ୍ରି କରିଥିଲେ। ତେବେ ଏହା ପୂର୍ବ ଦୁଇ ମାସ ଜୁଲାଇ ଓ ଗଷ୍ଟରେ ବିଦେଶୀ ନିବେଶ ଆସିଥିଲା। ଜୁଲାଇ ମାସରେ ଏଫ୍ପିଆଇ(ଫରେନ ପୋର୍ଟଫୋଲିଓ ଇନଭେଷ୍ଟର)ମାନେ ଭାରତୀୟ ଶେୟାରରେ ୨୦,୨୦୦ କୋଟିର ନିବେଶ କରିଥିଲେ। ସେହିପରି ଅଗଷ୍ଟରେ ୨୯,୬୩୧ କୋଟି ଟଙ୍କାର ନିବେଶ ଆସିଥିଲା।

Also Read- ସିଜେପି ଆନ୍ଦୋଳନ ଯୋଗୁ ଦିଲ୍ଲୀରେ ବ୍ୟବସାୟୀଙ୍କୁ ୨୦୦୦ କୋଟି କ୍ଷତି, କାରବାର ଠପ୍ 

ତେବେ ଗତ ବର୍ଷ ତୁଳନାରେ ୨୦୨୬ରେ ବିଦେଶୀ ପୁଞ୍ଜି ପ୍ରତ୍ୟାହାର ଦୁଇଗୁଣା ହୋଇଛି। ୨୦୨୫ରେ ମୋଟ ୧.୬୬ ଲକ୍ଷ କୋଟି ଟଙ୍କାର ଶେୟାର ବିକ୍ରି ହୋଇଥିଲା। ୨୦୨୬ରେ ୩.୦୪ ଲକ୍ଷ କୋଟି ଟଙ୍କାର ଶେୟାର ବିକ୍ରି ହୋଇଛି।

ଡେବ୍ଟ ମାର୍କେଟ୍‌ରେ ପୁଞ୍ଜି ପ୍ରତ୍ୟାହାର କଲେ ବିଦେଶୀ

ଇକ୍ୱିଟି ସହ ବିଦେଶୀ ନିବେଶକମାନେ ଡେବ୍ଟ(ଋଣ) ମାର୍କେଟରେ ବି ଶେୟାର ବିକ୍ରି କରିଛନ୍ତି। ସେପ୍ଟେମ୍ବରରେ ନିବେଶକମାନେ ଫୁଲି ଆକ୍ସେସେବଲ ରୁଟ (FAR) ମାଧ୍ୟମରେ ୧,୯୨୧ କୋଟି ଓ ଭଲ୍ୟୁଣ୍ଟାରି ରେଣ୍ଟେସନ ରୁଟ (ଭିଆରଆର) ମାଧ୍ୟମରେ ୨୩୩ କୋଟି ବାହାର କରିଛନ୍ତି। ତେବେ ଜେନେରାଲ ରୁଟ ଜରିଆରେ ନିବେଶକ ୪,୭୨୯ କୋଟି ଟଙ୍କାର ନିବେଶ ମଧ୍ୟ କରିଛନ୍ତି।

ଡେବ୍ଟ ମାର୍କେଟ କ’ଣ ?

ଡେବ୍ଟ ମାର୍କେଟ୍ (କିମ୍ବା ବଣ୍ଡ ବଜାର) ହେଉଛି ଏପରି ଏକ ଆର୍ଥିକ ବଜାର, ଯେଉଁଠାରେ ସରକାର, କମ୍ପାନୀ କିମ୍ବା ଅନ୍ୟ ସଂସ୍ଥା ଟଙ୍କା ଋଣ ନିଅନ୍ତି ଏବଂ ନିବେଶକମାନେ ସେମାନଙ୍କୁ ଟଙ୍କା ଋଣ ଦେଇ ସୁଧ ଆୟ କରନ୍ତି। ଏଥିରେ ସରକାର, କମ୍ପାନୀ ଓ ଅନ୍ୟାନ୍ୟ ସଂସ୍ଥା ଟଙ୍କା ଋଣ ନେବା ପାଇଁ ବଣ୍ଡ୍ (Bonds) ଓ ଅନ୍ୟ ଋଣପତ୍ର ଜାରି କରନ୍ତି।

ନିବେଶକମାନେ ଏହି ଋଣପତ୍ର କିଣି ଟଙ୍କା ନିବେଶ କରନ୍ତି ଏବଂ ବଦଳରେ ନିର୍ଦ୍ଧାରିତ ସୁଧ ପାଇପାରନ୍ତି। ନିର୍ଦ୍ଧାରିତ ସମୟ ପରେ ମୂଳଧନ ଫେରସ୍ତ ମିଳେ। ଉଦାହରଣ ସ୍ୱରୂପ, ଭାରତ ସରକାର ଟଙ୍କା ଉଠାଇବା ପାଇଁ ଯେଉଁ ସରକାରୀ ବଣ୍ଡ୍ ଜାରି କରନ୍ତି, ତାହା ଡେବ୍ଟ ମାର୍କେଟର ଅଂଶ।FAR କ’ଣ ?ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଦ୍ୱାରା ପ୍ରଚଳିତ ଏକ ମାର୍ଗ ଯାହା ଅଧୀନରେ ବିଦେଶୀ ନିବେଶକମାନେ କୌଣସି ସୀମା ବିନା ନିର୍ଦ୍ଦିଷ୍ଟ ସରକାରୀ ସିକ୍ୟୁରିଟିଜରେ ନିବେଶ କିମ୍ବା ବିକ୍ରୟ କରିପାରିବେ।