ଉଦଳା ୨୬।୦୯ : ଚୋରି ମାମଲାରେ ଜେଲରେ ଥିଲେ। ଜେଲରୁ ବାହାରିବା ପାଇଁ ଟଙ୍କା ଅଭାବ ପଡିବାରୁ ସମ୍ପର୍କୀୟ ମାଧ୍ୟମରେ କଲେ ଚୋରି। ଜେଲରୁ ବାହାରିବା ପରେ ପୁଣି କଲେ ଚୋରି। ଜେଲରୁ ବାହାରିବାର ଏକ ମାସ ମଧ୍ୟରେ ପୁଣି ଅଭିଯୁକ୍ତକୁ ଗିରଫ କଲା ପୋଲିସ। କପ୍ତିପଦା ପୋଲିସ ଏକ ଚୋର ପରିବାର ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି।

କପ୍ତିପଦା ଥାନା ଅଞ୍ଚଳରେ ହୋଇଥିବା ବିଭିନ୍ନ ଚୋରି ମାମଲାରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିବା ସହିତ ୩ ଜଣ ନାବାଳକକୁ ଅଟକ ରଖିଛି। ଗିରଫ ମୁଖ୍ୟ ଅଭିଯୁକ୍ତ ହେଲେ ଉଦଳା ଥାନା କନକପଦା ଗାଁର ବର୍ଣ୍ଣାଢ଼ ବିନ୍ଧାଣୀ। ବର୍ଣ୍ଣାଢ଼ ବିନ୍ଧାଣୀ ଜୁଲାଇ ମାସ ରେ ଉଦଳା ଥାନା ଅଞ୍ଚଳରେ ଚୋରି ଘଟଣାରେ ଗିରଫ ହୋଇ ଜେଲରେ ଥିଲା। ହେଲେ ବେଲରେ ବାହାରିବା ପାଇଁ ଟଙ୍କା ଅଭାବ ହେବାରୁ ସମ୍ପର୍କୀୟ ମାଧ୍ୟମରେ କପ୍ତିପଦା ଥାନା ଅଞ୍ଚଳରେ ଗୋଟିଏ ଘରୁ ଚୋରି କରିଥିଲେ, ଆଉ ଜେଲରୁ ବାହାରି କପ୍ତିପଦା ଥାନା ଅଞ୍ଚଳରେ ଚୋରି ଆରମ୍ଭ କରିଥିଲେ। ପିଙ୍ଗୁ ଅଂଚଳରେ ହୋଇଥିବା ଚୋରି ଘଟଣାରେ ପୋଲିସ ବର୍ଣ୍ଣାଢ଼ ର ସମ୍ପୃକ୍ତି ପାଇବା ପରେ ତାକୁ ରେମୁଣା ଅଞ୍ଚଳରୁ ଗିରଫ କରିଥିଲା।

Also Read:-୨୧ ବର୍ଷ ହେଉ ବାହା ହେବୁ... ଏତିକି କଥାରେ କନେଷ୍ଟବଳ ବାପକୁ ଗୁଳି କରି ମାରିଦେଲା ୧୮ ବର୍ଷର ପୁଅ