ଭୁବନେଶ୍ୱର ୨୬।୦୯ : ପଶ୍ଚିମ ଓଡ଼ିଶାରେ ବଡ଼ ହସ୍ପିଟାଲ କରିବ ବେଦାନ୍ତ । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦେଲେ ପ୍ରସ୍ତାବ । ଏହି ହସ୍ପିଟାଲରେ ଏକ ହଜାର ଶଯ୍ୟା ରହିବ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ସୂଚନା ଦେଇଛନ୍ତି ଅନିଲ ଅଗ୍ରୱାଲ ।

ସେହିପରି ଝାରସୁଗୁଡାରେ ୨ ମିଲିୟନ ଟନର ସ୍ମେଲଟର ପ୍ଲାଣ୍ଟ କରିବ ବେଦାନ୍ତ । ଏଥିରେ ୧ ଲକ୍ଷ କୋଟିର ନିବେଶ ହେବ । ଏଥିପାଇଁ ରାଜ୍ୟ ସରକାର ୫୦୦ ଏକର ଜାଗା ଯୋଗାଇ ଦେଇଛନ୍ତି । ଏତଦ୍ ବ୍ୟତୀତ ସିଜିମାଳୀ ଏବଂ କର୍ଲାପାଟ ଖଣିକୁ ଖୁବଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ହୋଇଛି । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ବେଦାନ୍ତ ମୁଖ୍ୟ ଅନୀଲ ଅଗ୍ରୱାଲ ଏନେଇ ଆଲୋଚନା କରିଛନ୍ତି ।

Also Read:-ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ: ସୁନାବେଶ ଠାରୁ ଗୁଣ୍ଡିଚା ମନ୍ଦିର, ନିଆଗଲା ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି

ସେହିପରି ସିଜିମାଳୀ ଏବଂ କର୍ଲାପାଟ ଖଣିକୁ ଖୁଵ ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ହୋଇଛି । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏ ସଂପର୍କରେ ଆଲୋଚନା କରିଛନ୍ତି ବେଦାନ୍ତ ମୁଖ୍ୟ ଅନୀଲ ଅଗ୍ରୱାଲ । ଝାରସୁଗୁଡା ପ୍ଲାଣ୍ଟର ସଂପ୍ରସାରଣ ହେଉଥିବାରୁ ବକ୍ସଇଟର ଆବଶ୍ୟକତା ଅଛି ।ଏହାସହ ଝାରସୁଗୁଡାରେ ୧ ଲକ୍ଷ କୋଟି ନିବେଶରେ ୨ ମିଲିୟନ ଟନର କ୍ଷମତା ବିଶିଷ୍ଟ ସ୍ମେଲଟର ପ୍ଲାଣ୍ଟ କରିବ ବେଦାନ୍ତ । ଏହାଦ୍ୱାରା ୫୦ ହଜାର ନିଯୁକ୍ତି ସୃଷ୍ଟି ହେବ । ଏଥିପାଇଁ ରାଜ୍ୟ ସରକାର ୫୦୦ ଏକର ଜମି ଯୋଗାଇ ଦେଇଛନ୍ତି । ଅଢେଇରୁ ୩ ବର୍ଷ ମଧ୍ୟରେ ତାର କାମ ସରିବ ।

Watch Video:-