ନ୍ଦୋର,୯|୦୧ : ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆ ସିରିଜ୍ ହାରିଲା ଭାରତ । ଡାରେଲ୍ ମିଚେ୍ଲ୍ ଏବଂ ଗ୍ଲେନ୍ ଫିଲିପ୍ସଙ୍କ ବିସ୍ଫୋରକ ଶତକ ବଳରେ ଭ୍ରମଣକାରୀ କିଓ୍ୱି ଟିମ୍୩୩୭ରନ୍ ସ୍କୋର୍ କରିଥିଲା । ଜବାବରେ ଭାରତ ୨୯୬ ରନରେ ଅଲଆଉଟ୍ ହୋଇଯାଇଥିଲା । ତେବେ ମୁକାବିଲାରେ ପ୍ରଥମେ ବୋଲିଂ କରିଥିଲା ଟିମ୍ ଇଣ୍ଡିଆ । ପ୍ରଥମ ଓଭରରୁ କିଓ୍ୱିର ଦୁଇ ଜଣ ବ୍ୟାଟର ପ୍ୟାଭିଲିୟନ ଫେରି ଯାଇଥିଲେ । କିନ୍ତୁ ପରେ ବୋଲର ଓ୍ୱିକେଟ୍ ନେବାରେ ସକ୍ଷମ ହୋଇନଥିଲେ । ତେବେ ଶୁଭମନ ଗିଲଙ୍କ କପ୍ତନୀକୁ ନେଇ ସମାଲୋଚନା କରିଛନ୍ତି ସିନିୟର କ୍ରିକେଟର ଆଜିଙ୍କ୍ୟ ରାହାଣେ । ପଡିଆରେ ଗିଲ୍ କେତେ ବଡ ସୁଯୋଗ ହାତଛଡା କରିଛନ୍ତି ତାହା ରାହାଣେ ପ୍ରକାଶ କରିଛନ୍ତି ।

ରାହାଣେ କହିଛନ୍ତି ଯେ, ମିଡିଲ ଓଭରରେ କୁଲଦୀପ ଯାଦବ ମାତ୍ର ତିନି ଓଭର ବୋଲିଂ କରିଥିଲେ । ଯାହା ଠିକ୍ ନୁହେଁ । ଏହାପରେ୩୭-୩୮ଓଭର ଯାଏଁ ସେ ଅପେକ୍ଷା କରିଥିଲେ । ସେହିପରିରବୀନ୍ଦ୍ର ଜାଡେଜାଙ୍କୁ୩୦ଓଭର ଯାଏଁ ଅପେକ୍ଷା କରିବାକୁ ପଡିଥିଲା । ଏହି ଦୁଇ ଜଣ ବୋଲର ଓ୍ୱିକେଟ୍ ନେବାରେ ସକ୍ଷମ ଅଟନ୍ତି । କିନ୍ତୁ ସେମାନଙ୍କୁ ସଠିକ୍ ଭାବେ ଗିଲ୍ ବ୍ୟବହାର କରିପାରିନଥିଲେ ।

ସେହିପରି ପୂର୍ବତନ ବୋଲର ଜାହିର ଖାନ୍ କହିଛନ୍ତି ଯେ, ଜାଡେଜାଙ୍କୁ ବହୁ ପୂର୍ବରୁ ବୋଲିଂ ଦେବାର ଥିଲା । କୁଲଦୀପଙ୍କ ସହ ଜାଡେଜା କିଛି ଓଭର ପୂର୍ବରୁ ବୋଲିଂ କରିଥିଲେ ସ୍ଥିତି ଭିନ୍ନ ହୋଇଥାନ୍ତା । ନୀତିଶ କୁମାର ରେଡ୍ଡିଓଭର ବୋଲିଂ କରିଥିଲେକିନ୍ତୁ କୌଣସି ଓ୍ୱିକେଟ୍ ପାଇନଥିଲେ । ସେହି ଜାଗାରେ ଜାଡେଜା ଭଲ ବିକଳ୍ପ ହୋଇପାରିଥାନ୍ତେ ।

ସୂଚନାଯୋଗ୍ୟ, ଭାରତ୨୦୦୬ପରଠୁ ହୋଲକାର ଷ୍ଟାଡିୟମରେ ମ୍ୟାଚ୍ ହାରିନଥିଲା । ଏହାସହ ନ୍ୟୁଜିଲାଣ୍ଡ ମଧ୍ୟ ଭାରତରେ ଦୀର୍ଘ ଦିନ ହେଲା ଦିନିକିଆ ସିରିଜ୍ ଜିତିନଥିଲା । କିନ୍ତୁ ଗିଲ୍-ଗୌତମ ଗମ୍ଭୀରଙ୍କ ଯୋଡି ପାଇଁ ଭାରତର ବିଜୟ ରେକର୍ଡ ଧୂଳିସାତ ହୋଇଛି ।