ନୟାଗଡ଼: ମହିଳାଙ୍କୁ ଶାରୀରିକ ନିର୍ଯାତନା ଘଟଣାରେ ଶେଷରେ ଆତ୍ମସମର୍ପଣ କଲେ ନୟାଗଡ଼ ଶରଣକୂଳ ଥାନା ପୂର୍ବତନ ଥାନାଧିକାରୀ ସୁଜିତ ଦାସ। ପୂର୍ବରୁ ତାଙ୍କୁ ଏହି ମାମଲାରେ ପ୍ରଥମେ ପୋଲିସ ହେଡକ୍ବାର୍ଟରକୁ ବଦଳି ପରେ ନିଲମ୍ବନ କରାଯାଇଥିଲା।  ଆଉ ଏବେ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ CAW ନିକଟରେ ଆତ୍ମସମର୍ପଣ କରିଛନ୍ତି ସୁଜିତ। ଆତ୍ମସମର୍ପଣ ପରେ ମେଡିକାଲ୍ ଟେଷ୍ଟ ପାଇଁ ସୁଜିତଙ୍କୁ ନୟାଗଡ଼ ମେଡିକାଲ ନେଇଛି CAW।

ସୂଚନାଥାଉକି, ଶରଣକୂଳ ପୂର୍ବତନ ଥାନା ଅଧିକାରୀଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ ଆଣିଥିଲେ ଜଣେ ମହିଳା। ଭିଡିଓ କଲ୍ କରି ଫେବର୍ ମାଗିବା ସହ ଦୁଷ୍କର୍ମ କରିଥିବା ଅଭିଯୋଗ ଆଣିଥିଲେ ମହିଳା। ଏହା ପରେ ଥାନା ଅଧିକାରୀଙ୍କର ମହିଳାଙ୍କ ସହ ହ୍ବାଟସଅପ୍ କଲର ସ୍କ୍ରିନ୍ ସଟ୍ ମଧ୍ୟ ଭାଇରାଲ୍ ହୋଇଥିଲା । ମହିଳାଜଣଙ୍କ ଏନେଇ ନୟାଗଡ଼ ଏସପିଙ୍କ ନିକଟରେ ଅଭିଯୋଗ କରିଥିଲେ । ଥାନା ଅଧିକାରୀ ମହିଳାଙ୍କୁ ନ୍ୟାୟ ଦେବା ବଦଳରେ ପ୍ରେମ ଜାଲରେ ଫସାଇବା ସହ ଶାରୀରିକ ସମ୍ପର୍କ ରଖିଥିବା ସେ ଅଭିଯୋଗ କରିଥିଲେ ।

Also Read: ସିଭିଲ୍ ଟାଉନସିପ୍‌ରେ ସେକ୍ସ ରାକେଟ୍‌ ଠାବ ; ଯୁବତୀ ଓ ନାବାଳିକା ଉଦ୍ଧାର, ୩ ଯୁବକ ଅଟକ​​​​​​​

ମହିଳାଙ୍କ ଅଭିଯୋଗ ପରେ ଘଟଣାର CAW & CW ତଦନ୍ତ ପାଇଁ ଡିଜିପି ଅଫିସରୁ ନିର୍ଦ୍ଦେଶ ଆସିଥିଲା । ଏହାସହିତ ସୁଜିତଙ୍କୁ ତୁରନ୍ତ ଶରଣକୂଳରୁ ନୟାଗଡ଼ ହେଡକ୍ବାର୍ଟରକୁ ବଦଳି କରାଯାଇଥିଲା । କ୍ରାଇମବ୍ରାଞ୍ଚ ଟିମ୍ ଘଟଣାର ତଦନ୍ତ କରି ପ୍ରାଥମିକ ରିପୋର୍ଟ ଦେବା ପରେ ସୁଜିତଙ୍କୁ ନିଲମ୍ବନ କରାଯାଇଥିଲା।