ଅଗରତାଲା,୦୩/୦୮ଭାରତୀୟ ଜନତା ପାର୍ଟିର ପୂର୍ବତନ ସାଂସଦ ରେବତି ତ୍ରିପୁରା ଶିକ୍ଷକତା ବୃତ୍ତିକୁ ଫେରିଛନ୍ତି । ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ସେ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ । ଗତ ଜୁଲାଇ ୨୦ ତାରିଖରେ ସେ ରାଜନୀତିରୁ ଅବସର ନେଇ ନିଜର ପୁରୁଣା ବୃତ୍ତିକୁ ଆପଣାଇଛନ୍ତି ।

ରେବତି ପୂର୍ବ ତ୍ରିପୁରା ସଂସଦୀୟ କ୍ଷେତ୍ରରୁ ପ୍ରତିନିଧିତ୍ୱ କରୁଥିଲେ । ୨୦୧୯ ସାଧାରଣ ନିର୍ବାଚନରେ ସେ ବିଜୟୀ ହୋଇଥିଲେ । ତେବେ ନିଜ କ୍ୟାରିଅରର ୟୁଟର୍ଣ୍ଣକୁ ନେଇ ସେ କହିଛନ୍ତି ଯେ, ଗତ ଅଢେଇ ବର୍ଷ ହେଲା ଦଳରେ ତାଙ୍କର ଭୂମିକା ସେତେ ଗୁରୁତ୍ୱ ନଥିଲା । ଆଗଭଳି ରାଜନୀତିରେ ଇଚ୍ଛା ରହିଲା ନାହିଁ । ଏପରିକି ନିକଟରେ ଘୋଷଣା ହୋଇଥିବା କାର୍ଯ୍ୟକାରୀ ସଦସ୍ୟ ତାଲିକାରୁ ତାଙ୍କ ନାଁ ବାଦ୍ ଦିଆଯାଇଥିଲା । ତେଣୁ ସେ ରାଜନୀତିରୁ ଦୂରେଇ ଯିବାକୁ ବିଚାର କରିଥିଲେ ।

Also Read :- 'ମୁଁ ଯାହା କହିଥିଲି, ମୁଁ ଅଟଳ': ଛାତ୍ର ପ୍ରତିବାଦ ମନ୍ତବ୍ୟ ଉପରେ ଟ୍ରୋଲରଙ୍କୁ ଜବାବ ଦେଲେ ମୋହନଲାଲଙ୍କ ଝିଅ

ରେବତି ତ୍ରିପୁରାର ଧଲାଇ ଜିଲ୍ଲାର ଏକ ଛୋଟିଆ ଗ୍ରାମରେ ରୁହନ୍ତୁ । ସେ ରାଜନୀତି ବିଜ୍ଞାନରେ ସ୍ନାତ୍ତକତ୍ତୋର ପାସ୍ କରି ୨୦୦୧ରେ ଅଗରତାଲା ମହାତ୍ମା ଗାନ୍ଧୀ ମେମୋରିଆଲ ସ୍କୁଲରେ ଶିକ୍ଷାଦାନ ଆରମ୍ଭ କରିଥିଲେ । ପରେ ୨୦୧୪ରେ ସେ ରାଜନୀତିରେ ଯୋଗ ଦେଇ ବିଜେପିରେ କ୍ୟାରିଅର ଆରମ୍ଭ କରିଥିଲେ । ୨୦୧୯ରେ ଦଳ ତାଙ୍କୁ ପୂର୍ବ ତ୍ରିପୁରାରୁ ପ୍ରାର୍ଥୀ କରିଥିଲା ଏବଂ ସେ ବିଜୟଲାଭ କରିଥିଲେ ।

ଗତ ୨୦୨୪ ଲୋକସଭା ନିର୍ବାଚନରେ ତାଙ୍କୁ ଟିକେଟ୍ ମିଳିନଥିଲା । କିନ୍ତୁ ରେବତିଙ୍କୁ ବିଜେପିର କୋର୍ ଟିମରେ ସାମିଲ କରାଯାଇଥିଲା । ଅନେକ ସମୟରେ ସେ ଦଳୀୟ କାର୍ଯ୍ୟକ୍ରମରୁ ଦୂରରେ ରହୁଥିଲେ । ନିକଟରେ ଦଳ କିଛି ଟପ୍ ନେତାଙ୍କୁ କାର୍ଯ୍ୟକାରୀ କମିଟିରେ ସାମିଲ କରିଥିଲା । ହେଲେ ଏଥିରେ ରେବତିଙ୍କ ନାଁ ନଥିଲା ।

ଏସବୁକୁ ନେଇ ପୂର୍ବତନ ସାଂସଦ କହିଛନ୍ତି ଯେ, ଦଳର କୋର୍ କମିଟି ଟିମରେ ତାଙ୍କର କିଛି କାମ ନଥିଲା । ସେ କେବଳ ଦଳର କିଛି ବୈଠକରେ ସାମିଲ ହେଉଥିଲେ । ତାଙ୍କୁ ଏବେ କୌଣସି ଦାୟିତ୍ୱ ଦିଆଯାଇନାହିଁ । ତେଣୁ ପୁରୁଣା ବୃତ୍ତିକୁ ଫେରିବା ପାଇଁ ସେ ନିଷ୍ପତ୍ତି ନେଇଛନ୍ତି । ଯଦି ସେ ଛାତ୍ରଛାତ୍ରୀଙ୍କ ସହ ଖାପଖୁଆଇ ପାରିବେ ତାହାଲେ ଆଗାମୀ ଦିନରେ ମଧ୍ୟ ଶିକ୍ଷାଦାନ ଜାରି ରଖିବେ । ଯଦି ଭଲ ନାଲାଗେ ତାହାଲେ ସ୍ୱେଚ୍ଛାକୃତ ଅବସର ନେଇଯିବେ । ଏହି ଚାକିରି ତାଙ୍କୁ ଅବସର ପରେ ଅନେକ ଫାଇଦା ଦେବ । ମାସିକ ୫୦ ହଜାର ଟଙ୍କାର ପେନସନ୍ ମିଳିବ ।

ସ୍କୁଲର ପ୍ରଧାନଶିକ୍ଷକ ଟିଟୁ ଶାହ କହିଛନ୍ତି ଯେ, ସେ ରେବତି ଶିକ୍ଷକ ବୃଦ୍ଧିକୁ ଗୁରୁତର ସହ ନିର୍ବାହ କରୁଛନ୍ତି । ତାଙ୍କୁ ଛାତ୍ରଛାତ୍ରୀ ଏବଂ ଅନ୍ୟ କର୍ମଚାରୀ ସ୍କୁଲରେ ସ୍ୱାଗତ କରିଥିଲେ । ଶ୍ରେଣୀଗୃହକୁ ତାଙ୍କର ପୁନଃଯାତ୍ରା ଆରମ୍ଭ ହୋଇଛି । ସେ ନିଷ୍ଠାର ସହ କାର୍ଯ୍ୟ ସମ୍ପାଦନ କରିବା ନେଇ ବିଶ୍ୱାସ ରହିଥିବା ପ୍ରଧାନ ଶିକ୍ଷକ ପ୍ରକାଶ କରିଛନ୍ତି ।