ଝାରସୁଗୁଡ଼ା ୨୧।୮: ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ଭୁବନେଶ୍ୱର ଓ ହାଇଦ୍ରାବାଦକୁ ଚାଲିଥିବା ବିମାନ ସେବା ପୁଣି ଆରମ୍ଭ ହେବ ବୋଲି ସୂଚନା ଦେଲେ ବିଧାୟକ ଟଂକଧର ତ୍ରିପାଠୀ । ଗତ ସୋମବାର ଠାରୁ ଅକ୍ଟୋବର ୨୪ ତାରିଖ ପର୍ଯ୍ୟନ୍ତ ଏହି ସେବା ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଥିଲା ଷ୍ଟାର ଏୟାର କଂପାନୀ । ଭୁବନେଶ୍ୱରକୁ ପୂର୍ବରୁ ଯାଉଥିବା Alliance Air ନିଜର ରୁଟ୍କୁ ବନ୍ଦ କରି ସାରିଛି ।

Also Read:- ଲାଠିକଟା ତହସିଲଦାର ଭିଜିଲାନ୍ସ ଦ୍ବାରା ଗିରଫ, ଠାବ ହେଲା ୨.୬୦ କୋଟିର ଆୟ ବହିର୍ଭୂତ ସମ୍ପତ୍ତି

ଷ୍ଟାର ଏୟାର କଂପାନୀ କିଛି ଦିନ ତଳେ ଲକ୍ଷ୍ନୌ ରୁଟ୍ରୁ ଓହରି ଯାଇଥିଲା । ବର୍ତ୍ତମାନ ଝାରସୁଗୁଡା ବିମାନବନ୍ଦରରୁ ଇଣ୍ଡିଗୋ ଏୟାର ପକ୍ଷରୁ ନୂଆଦିଲ୍ଲୀ, ବେଙ୍ଗାଲୁରୁ ଓ କୋଲକାତାକୁ ବିମାନ ଚଳାଚଳ ଜାରି ରଖିଛି । ଷ୍ଟାର ଏୟାରର ବିମାନ ସେବା ବନ୍ଦ ନିଷ୍ପତ୍ତିର ପୁନର୍ବିଚାର ପାଇଁ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଆଲୋଚନା କରିବା ପରେ ଖୁବ୍ ଶୀଘ୍ର ଝାରସୁଗୁଡାରୁ ପୁଣି ଭୁବନେଶ୍ୱର ଓ ହାଇଦ୍ରାବାଦକୁ ବିମାନ ଉଡିବ ବୋଲି କହିଛନ୍ତି ବିଧାୟକ ।

Watch Video: