ବଲାଙ୍ଗୀର ୦୩।୧୨ : ବଲାଙ୍ଗୀର ପୋଲିସକୁ ସଫଳତା । ଆନ୍ତଃଜିଲ୍ଲା ଡକାୟତି ଗ୍ୟାଙ୍ଗର ୫ ଜଣଙ୍କୁ ଗିରଫ କରିଛି ବଲାଙ୍ଗୀର ପୋଲିସ । ଏହାସହ ସେମାନଙ୍କ ନିକଟରୁ ଗୋଟିଏ କାର୍, ୭ଟି ମୋବାଇଲ୍ ସହ ୧ ଲକ୍ଷ ଟଙ୍କା ଜବତ କରିଛି ପୋଲିସ ।

ଖବର ଅନୁଯାୟୀ, ଗତ ୨୮ ତାରିଖରେ ବଲାଙ୍ଗୀର ଜାତୀୟ ରାଜପଥକୁ ସଂଯୋଗ କରୁଥିବା ବୁଢିସିଂଢୋଲ ରାସ୍ତାରେ ଜଣେ ଚାଷୀଙ୍କ ଠାରୁ ୨ ଲକ୍ଷରୁ ଅଧିକ ଟଙ୍କା ଲୁଟ୍ କରିଥିଲେ । ସଂଧ୍ୟା ୬ଟା ସମୟରେ ଖେତି ବାରିକ ନିଜ ବାଇକରେ ଆଗଲପୁର ରୋତ୍କୁ ଗାଇ କିଣିବା ପାଇଁ ଯିବା ସମୟରେ ବଡ଼ଧରଣର ଲୁଟ୍ ହୋଇଥିଲା । ପରେ ଏନେଇ ପୁଇଁତଳା ଥାନାରେ ଏତଲା ଦେଇଥିଲେ ଖେତି ବାରିକ । ପୋଲିସ ଘଟଣାର ତଦନ୍ତ କରି ୫ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ ।ଗିରଫ ୪ ଜଣ ହେଲେ ଗୋପାଲ ବାରିକ, ସୁଶାନ୍ତ ଦୀପ, ସୁଶାନ୍ତ ପୋଢ, ରାଜା ନାଏକ, ଜୟଦୀପ କୁଅର । ଏମାନଙ୍କ ନାଁରେ ବିଭିନ୍ନ ଥାନାରେ ମାମଲା ରହିଛି । ଲୁଟ୍ ଘଟଣାର ମାଷ୍ଟରମାଇଣ୍ଡ ଗୋପାଲ ବାରିକଙ୍କ ନାଁରେ ୨୦ରୁ ଅଧିକ ମାମଲା ରହିଛି । ବଲାଙ୍ଗୀର ଏସ୍ପି ପ୍ରେସ୍ମିଟ ଜରିଆରେ ଏହି ସୂଚନା ଦେଇଛନ୍ତି ।