ଭୁବନେଶ୍ୱର ୧୫।୦୯ : ଆକ୍ସନରେ ଅଗ୍ନିଶମ ବାହିନୀ । ରାଜଧାନୀର ବିଭିନ୍ନ ସ୍ଥାନରେ ଅଚାନକ ଚଢାଉ । ବିଭିନ୍ନ ହୋଟେଲ, ମଲ୍, ମେଡିକାଲ ଏବଂ ମଲ୍ଟିପ୍ଲେକ୍ସରେ ଚାଲିଛି ଅଗ୍ନି ନିରାପତ୍ତା ଯାଞ୍ଚ ।

ଆପଣ ଯାଉଥିବା ହୋଟେଲ୍, ମଲ୍, ମେଡିକାଲ ଅଥବା ମଲ୍ଟିପ୍ଲେକ୍ସ କେତେ ସୁରକ୍ଷିତ। ସେହି ସବୁ ବଡବଡ ଅଟ୍ଟାଳିକାରେ ଅଗ୍ନି ନିରାପତ୍ତା ଅଛି ନା ନାହିଁ ସେ ନେଇ ଆଜି ଯାଞ୍ଚ୍ କରୁଛି ଅଗ୍ନିଶମ ବିଭାଗ। ବରିଷ୍ଠ ଅଗ୍ନିଶମ ଅଧିକାରୀଙ୍କ ଏକ ସ୍ପେଶାଲ୍ ଟିମ୍ କରୁଛନ୍ତି ଯାଞ୍ଚ୍। ସ୍ପ୍ରିଙ୍କଲର୍, ମୋଟର, ପାଇପ୍, ଅଗ୍ନି ନିର୍ବାପକ ଯନ୍ତ୍ର ଠିକ୍ ଅଛି ନା ନାହିଁ ଏବଂ ଜରୁରୀକାଳୀନ ଡୋର୍ କାମ କରୁଛି ନା ନାହିଁ । ସେସବୁର ତଦାରଖ ଚାଲିଛି । ଆଗକୁ ସହରର ଅନ୍ୟ ସବୁ ସଂସ୍ଥା ଓ ଅନୁଷ୍ଠାନ ଉପରେ ହେବ ଚଢାଉ। ଦିଲ୍ଲୀ ଘଟଣା ପରେ ଆକ୍ସନ ମୋଡରେ ଓଡ଼ିଶା ଅଗ୍ନିଶମ ବିଭାଗ। ବିଭିନ୍ନ ଅନୁଷ୍ଠାନ ଯାଇ ଫାୟାର ଲାଇସେନ୍ସ ଯାଞ୍ଚ କରିବେ ଅଗ୍ନିଶମ ବିଭାଗ ଅଧିକାରୀ। ଏନେଇ ପୂର୍ବରୁ ଅଗ୍ନିଶମ ଡିଜିଙ୍କ ପକ୍ଷରୁ ଦିଆଯାଇଛି ସୂଚନା।

Also Read:-ନୂଆଁଖାଇ ପର୍ବ ପାଇଁ ଦୁଲୁକୁଛି ପଶ୍ଚିମ ଓଡ଼ିଶା, ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀ, ସାଂସଦ