ଭୁବନେଶ୍ୱର, ୨୨/୧୦: ରାଜଧାନୀରେ ବିଳମ୍ବିତ ରାତିରେ ଜଳିଗଲା ଟ୍ରକ୍। ସାଲିଆ ସାହି ଦୁଇଶହ ଫୁଟିଆ ରାସ୍ତା ଉପରେ ହୁତୁହୁତୁ ହୋଇ ଜଳିଲା ଟ୍ରକ୍। ତେବେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି।

​​​​​​​Also Read :- ମା'ଙ୍କ ଭସାଣି ପାଇଁ ରାଜଧାନୀରେ ବ୍ୟାପକ ବ୍ୟବସ୍ଥା : ବିଭିନ୍ନ ଛକରେ ଦିନ ୧ଟାରୁ ଟ୍ରାଫିକ୍ କଟକଣା

ଖବର ପାଇ ଘଟଣାସ୍ଥଳରେ ମୈତ୍ରୀ ବିହାର ଥାନା ପୋଲିସ ଓ ଚନ୍ଦ୍ରଶେଖରପୁର ଅଗ୍ନିଶମ ବାହିନୀ ପହଁଚିଥିଲେ। ଅଗ୍ନିଶମ କର୍ମଚାରୀଙ୍କ ଉଦ୍ୟମରେ ନିଆଁକୁ ଆୟତ୍ତ କରାଯାଇଥିଲା। ତେବେ ଟ୍ରକରେ କେହି ନିଆଁ ଲଗାଇଛି ନା ସର୍ଟସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟିଛି,ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ।

ଅନ୍ୟପଟେ ସ୍ଥାନୀୟ ଲୋକେ ଏହା ଏକ ଉଦ୍ଦେଶ୍ୟମୂଳକ ଅଗ୍ନିକାଣ୍ଡ ହୋଇଥାଇପାରେ ବୋଲି ସନ୍ଦେହ କରୁଛନ୍ତି। ଘଟଣାକୁ ନେଇ ମୈତ୍ରୀ ବିହାର ପୋଲିସ ତଦନ୍ତ ଆରମ୍ଭ କରିଛି।