ମାଲକାନଗିରି ୧୩।୭: ଶିକ୍ଷକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବଡ଼ ଅଘଟଣରୁ ବର୍ତ୍ତିଗଲେ ଛାତ୍ରଛାତ୍ରୀ । ମାଲକାନଗିରି ଜିଲ୍ଲା ଶିଖପାଲ୍ଲି ଆବାସିକ ବିଦ୍ୟାଳୟ ହଷ୍ଟେଲରେ ସଟ୍ ସର୍କିଟରୁ ଲାଗିଥିଲା ନିଆଁ । ଦମକଳ ବାହିନୀ ପହଞ୍ଚିବାକୁ ଆଗରୁ ନିଆଁକୁ ଆୟତ୍ତ କଲେ ଶିକ୍ଷକ ।

ମାଲକାନଗିରି ଜିଲ୍ଲା ଶିଖପାଲ୍ଲି ଆବାସିକ ବିଦ୍ୟାଳୟର ହୋଷ୍ଟେଲରେ ସଟ୍ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିଲା । ଏ ନେଇ ଦମକଳ ବାହିନୀକୁ ସୂଚନା ଦିଆଯାଇଥିଲା । ତେବେ ମାଲକାନଗିରିରୁ ୨୦ କିଲୋମିଟର ଦୂର ଥିବାରୁ ଦମକଳ ଗାଡ଼ି ପହଞ୍ଚିବା ପୂର୍ବରୁ ଶିକ୍ଷକ ମାନେ ଅଗ୍ନି ନିରାପତ୍ତା ଯନ୍ତ୍ର ସାହାଯ୍ୟରେ ନିଆଁକୁ ଆୟତ୍ତ କରିଥିଲେ । ଯାହା ଫଳରେ ଏକ ବଡ଼ ଦୁର୍ଘଟଣା ଟଳିଯାଇଛି ।

Also Read:- ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ଆସିଲା ବୋମା ଧମକ, କୋର୍ଟ କ୍ୟାମ୍ପସ୍ ଖାଲିକରି ଛାନଭିନ୍

ତେବେ ସବୁଠୁ ବଡ଼ କଥା ହେଲା ଅଗ୍ନିକାଣ୍ଡ ସମୟରେ ହଷ୍ଟେଲରେ କୌଣସି ଛାତ୍ରଛାତ୍ରୀ ନଥିଲେ । ସମସ୍ତେ ହଷ୍ଟେଲ ଠାରୁ କିଛି ଦୂରରେ ଥିବା ଶ୍ରେଣୀଗୃହରେ ପାଠ ପଢୁଥିଲେ । କେମିତି ସଟ୍ ସର୍କିଟ୍ ହେଲା ତାର କାରଣ ଜାଣିବା ପାଇଁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା ମଙ୍ଗଳ ଅଧିକାରୀ ।