କଟକ ୨୮।୯: କଟକ ଲିଙ୍କ୍ ରୋଡ୍ରୁ ମାସେ ତଳେ ୭୦ କ୍ବିଣ୍ଟାଲ ଅପମିଶ୍ରିତ ପନିର ଜବତ ଘଟଣାରେ ୧୧ ଜଣଙ୍କ ନାଁରେ ଏତଲା । ଏତଲା ଦେଲେ KMC ସ୍ବାସ୍ଥ୍ୟ ଅଧିକାରୀ । କଟକ ମଧୁପାଟଣା ଥାନାରେ ଏତଲା ଦିଆଯାଇଛି । ଏମାନଙ୍କ ମଧ୍ୟରେ ବ୍ୟବସାୟୀ, ମିଡିଲ ମ୍ୟାନ ରହିଛନ୍ତି । ଏମାନେ ସମସ୍ତେ ନିଆଳି ଅଞ୍ଚଳର ।

Also Read:- ୧୨୪ ମିଠା ନମୁନାରୁ ୪୩ ନିମ୍ନମାନର, ପାହାଳ ମିଠା ଉତ୍କୃଷ୍ଟ ମାନର

ହରିୟାଣା ଲ୍ୟାବରୁ ଆସିଥିବା ରିପୋର୍ଟ ଆଧାରରେ ସେଗୁଡ଼ିକ ଅପମିଶ୍ରିତ ପନିର ବୋଲି ଜଣାପଡ଼ିଥିଲା । ଟେଷ୍ଟ ସମୟରେ ଏଥିରୁ ଡିଟରଜେଣ୍ଟ ଓ ମଇଦା ମିଳିଥିଲା । ଯେଉଁମାନେ ଶୁଦ୍ଧ ପନିର ବ୍ୟବସାୟ କରୁଥିଲେ ସେମାନଙ୍କୁ ଚଢ଼ାଉ ସମୟରେ କ୍ଲିନ୍ ଚିଟ୍ ଦିଆଯାଇଥିଲା । ନିଆଳିର ସମସ୍ତ ଦୁଗ୍ଧ ବ୍ୟବସାୟୀ ଅପମିଶ୍ରଣ କରୁ ନାହାନ୍ତି, ବରଂ କିଛି ଅସାଧୁ ବେପାରୀ ଏଭଳି କରୁଛନ୍ତି ବୋଲି KMC ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ନୃପେନ୍ଦ୍ର ଶତପଥୀ କହିଛନ୍ତି ।

Watch Video: