ଭୁବନେଶ୍ବର ୨୮।୯: ପାହାଳ ମିଠା ଉତ୍କୃଷ୍ଟ ମାନର । ମିଠା ନମୁନା ପରୀକ୍ଷାରେ ପାହାଳ ମିଠା ନିମ୍ନମାନର ନୁହେଁ ବୋଲି ସ୍ପଷ୍ଟ ହୋଇଛି । ଏ ନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ।

ମନ୍ତ୍ରୀ ଗୃହରେ ଉତ୍ତର ରଖିଛନ୍ତି ଯେ, ରାଜ୍ୟର ରାଜ୍ୟର ୩୮ଟି ୟୁଏଲ୍ବିର ବିଭିନ୍ନ ମିଠା ଦୋକାନରୁ ନମୁନା ସଂଗ୍ରହ କରାଯାଇଥିଲା । ସଂଗ୍ରହ କରାଯାଇଥିବା ୧୨୪ଟି ନମୁନା ମଧ୍ୟରୁ ୪୩ଟି ନମୁନା ସବ୍‌ଷ୍ଟାଣ୍ଡାର୍ଡ ବା ନିମ୍ନମାନର ଥିବା ଜଣାପଡ଼ିଛି ।

ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ, ଜଗତସିଂହପୁରରେ ଅଧିକ ସଂଖ୍ୟକ ନିମ୍ନମାନର ମିଠା ବିକ୍ରି ହେଉଥିବା ଚିହ୍ନଟ ହୋଇଛି । ତେବେ ପାହାଳ ଅଞ୍ଚଳର ମିଠାକୁ ମିଳିଛି କ୍ଲିନ୍ ଚିଟ୍ । ପାହାଳରୁ ସଂଗ୍ରହ କରାଯାଇଥିବା ମିଠା ନମୁନା ପରୀକ୍ଷାରେ ତାହା ନିମ୍ନମାନର ନୁହେଁ ବୋଲି ସ୍ପଷ୍ଟ ହୋଇଛି ।

Also Read:- ପାହାଡ଼ରୁ ଡାକି ଆଣିଲେ, ପିଟିପିଟି ମାରିଦେଲେ ! ଶବ ପୋଡ଼ା ସ୍ଥାନ ଖୋଜି ପାଇଲା ପୋଲିସ

ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ପ୍ରଶ୍ନରେ ଏଭଳି ଉତ୍ତର ରଖିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ।

Watch Video: