ବଲାଙ୍ଗିର: ଶ୍ୱଶୁର-ବୋହୂ ସମ୍ପର୍କ ବାପା-ଝିଅ ସମ୍ପର୍କ ପରି। ହେଲେ କିଛି ଅସାମାଜିକ ଓ ସଇତାନୀ ଶ୍ୱଶୂରଙ୍କ ପାଇଁ ଏ ସମ୍ପର୍କ କଳଙ୍କିତ ହୋଇଛି। ବୋହୂକୁ ଏକା ଦେଖି ଅସଦାଚରଣ କରୁଥିଲା ଶ୍ୱଶୁର। କେତେବେଳେ ତେଲ ଲଗାଇବାକୁ କହି ତ ଆଉ କେତେବେଳେ ଏକା ଦେଖି କରୁଥିଲା ସମ୍ପର୍କ ରଖିବାକୁ ଚେଷ୍ଟା। ନିଜ ପୁଅର ସ୍ତ୍ରୀକୁ ବି ଖରାପ ନଜରରେ ଦେଖିବାକୁ ପଛାଉନଥିଲେ ଶ୍ୱଶୁର। ଶେଷରେ ବୋହୂକୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରି ଦେଇଥିଲେ। ପେଟ ଦରଜ ଔଷଧ କହି ବିଷ ପିଆଇ ଦେଲେ ଶ୍ୱଶୁର।

ଏଭଳି ଏକ ଘଟଣା ଘଟିଛି ବଲାଙ୍ଗିର ସଦର ଅଞ୍ଚଳରେ। ସଦର ଥାନା ଅନ୍ତର୍ଗତ ମାଧିଆ ପାଲିର ଜଣେ ମହିଳା ଉର୍ବସୀ(ଛଦ୍ମନାମ)। ଦେଓଗାଁ ଥାନା ଅନ୍ତର୍ଗତ ଅଫାମରା ଗାଁର ଉର୍ବସୀ ମାଧିଆ ପାଲିର ପଞ୍ଚା ସୁନାକୁ ୮ ବର୍ଷ ତଳେ ବିବାହ କରାଇଥିଲେ। ଏନେଇ ଗରିବ ପରିବାର ଘର ଝିଅ ବୋଲି ବିଭିନ୍ନ ସମୟରେ ଶାଶୁ ଘରଲୋକ ଅତ୍ୟାଚାର କରୁଥିଲେ।

also read- ଖାଇବାକୁ ଯାଇଥିଲେ ଦହିବରା, ୨୦ରୁ ଅଧିକ ମେଡିକାଲରେ ଭର୍ତ୍ତି

ଗତ ୩ ମାସ ହେଲା ଉର୍ବସୀଙ୍କ ଅବସ୍ଥା ଆହୁରି ଖରାପ ହୋଇଗଲା। ଶ୍ବଶୁର ବିଦେଶୀ ସୁନା ତାଙ୍କ ଉପରେ ଖରାପ ନଜର ପକାଇଥିଲେ। ବିଭିନ୍ନ ସମୟରେ ବାହାନା କରି ଏକା ଡାକି ସମ୍ପର୍କ ରଖିବାକୁ ଚେଷ୍ଟା କରିଥିଲେ। ଏହାକୁ ନେଇ ଉର୍ବସୀ ସବୁବେଳେ ବିରୋଧକରି ଆସୁଥିଲେ। ଶେଷରେ ଉର୍ବସୀଙ୍କ ପେଟ ଦରଜ ହେବାରୁ ଔଷଧ ପିଇବାକୁ କହି ବିଷ ଦେଇଥିବା ଅଭିଯୋଗ ଆସିଛି। ଏନେଇ ଉର୍ବସୀ ଅଚେତ ହେବାରୁ ଭୀମଭୋଇ ମେଡ଼ିକାଲକୁ ଆଣିଥିଲେ।

ଉର୍ବସୀଙ୍କୁ ବିଷ ଦିଆଯାଇଥିବା ଡାକ୍ତର କହିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଏନେଇ ହତ୍ୟା ଉଦ୍ୟମ କରିଥିବା ଶ୍ବଶୁରଙ୍କ ବିରୋଧରେ ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ତଦନ୍ତ ଆରମ୍ଭ କରିଛି।