ଭଞ୍ଜନଗର: ବେଆଇନ ଗଞ୍ଜେଇ ଚାଲାଣ ବେଳେ ଭଞ୍ଜନଗର ଅବକାରୀ ଟିମକୁ ମିଳିଛି ବଡ ସଫଳତା। ଦୁଇ ପିକଅପ୍ ଗାଡ଼ି ସହ ୧୨ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ।

ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟା ସମୟରେ ଭଞ୍ଜନଗର ଅବକାରୀ ଓଆଇସି ଅଧିକାରୀ ବିଭୂ ପ୍ରସାଦ ସାହୁଙ୍କ ନେତୃତ୍ୱରେ ପାଟ୍ରୋଲିଂ କରୁଥିବା ସମୟରେ ଭଞ୍ଜନଗର - ଫୁଲବାଣୀ ମୁଖ୍ୟ ରାସ୍ତାର ବୁଦୁଲି ଗ୍ରାମ ନିକଟରେ ଗୋଟିଏ ଟାଟା ଏସିଇ ଗାଡ଼ି ଆଉ ଏକ ଗାଡ଼ିକୁ ରଶି ଲଗାଇ ଟାଣି ଟାଣି ନେଉଥିବା ବେଳେ ଅବକାରୀ ଟିମ୍ ସନ୍ଦେହ କରି ଯାଞ୍ଚ କରିବା ସମୟରେ ସେଥିରେ ୪୦ ବସ୍ତା ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲା।

ଓଜନ କରିବା ଗୋଟିଏ ବସ୍ତାରେ ୩୦ କେଜି ଲେଖାଏଁ ଗୁଣ୍ଡ ଗଞ୍ଜେଇ ମୋର ୧୨ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରାଯାଇଥିବା ଅବକାରୀ ରେଞ୍ଜ ଇନ୍ସପେକ୍ଟର ବିବେକାନନ୍ଦ ପେରେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।