ଆଠଗଡ଼: ଦେଶୀ ମଦ ଭାଟିରେ ଅବକାରୀ ବିଭାଗ ପକ୍ଷରୁ ବଡ଼ ଧରଣର ଚଢ଼ାଉ। ଜବତ ହେଲା ବିପୁଳ ପରିମାଣର ଦେଶୀ ମଦ ସହ ଗୁଡ଼ ପୋଚ। ଶନିବାର ଆଠଗଡ଼ କୋରଙ୍ଗା ଗାଁ ଏବଂ ନିକଟସ୍ଥ କାଜୁ ଜଙ୍ଗଲରେ ରେଡ କରି ଏହି ସାମଗ୍ରୀ ଜବତ ଆଠଗଡ଼ ଅବକାରୀ ବିଭାଗ।

ସୂଚନା ଅନୁସାରେ, ଆଠଗଡ଼ ଏବଂ ନରସିଂହପୁର ଅବକାରୀ ପୋଲିସ ଏବଂ ଜିଲ୍ଲା ମୋବାଇଲ୍ ୟୁନିଟ୍ ସହ ଏକ ମିଳିତ ଚଢ଼ାଉ କରାଯାଇଥିଲା। ଉକ୍ତ ଚଢ଼ାଉରେ ୪୬୨୦ ଲିଟର ଦେଶୀ ମଦ ସହ ୨୬,୨୮୫ ଲିଟର ମଦ ପ୍ରସ୍ତୁତ ନିମନ୍ତେ ବ୍ୟବହୃତ ହେଉଥିବା ଗୁଡ଼ ପୋଚ ଜବତ କରାଯାଇ ଘଟଣା ସ୍ଥଳରେ ନଷ୍ଟ କରାଯାଇଛି ମଦ ମାଫିଆ ଫେରାର। ଅବକାରୀ ବିଭାଗ ପକ୍ଷରୁ ୬ଟି ମାମଲା ରୁଜୁ କରା ଯାଇଛି।