ପୁରୀ ୨୯।୫: ଶ୍ରୀମନ୍ଦିରରୁ ମହାପ୍ରସାଦ ଜବତ। ଶ୍ରୀମନ୍ଦିର ପ୍ରଶାସନ ଜବତ କରିଛି ମହାପ୍ରସାଦ। ସକାଳ ଧୂପ ସମୟରେ ନିୟମ ଠାରୁ ଅଧିକ ମହାପ୍ରସାଦ ପ୍ରସ୍ତୁତ କରିଥିବା ଯୋଗୁଁ ଶ୍ରୀମନ୍ଦିର ପ୍ରଶାସନ ଏଭଳି ପଦକ୍ଷେପ ନେଇଛି। ତେବେ ଜବତ ହୋଇଥିବା ମହାପ୍ରସାଦକୁ ସମ୍ପୃକ୍ତ ପ୍ରସ୍ତୁତକାରୀ ତଥା ମହାସୁଆର ସେବକଙ୍କୁ ଦିଆଯାଇ ନାହିଁ। ଜବତ ହୋଇଥିବା ମହାପ୍ରସାଦକୁ ଶ୍ରୀମନ୍ଦିର ପ୍ରଶାସନ ବାଳାଶ୍ରମକୁ ପଠାଇ ଦେଇଛି। ଅନ୍ନ, ଖେଚେଡ଼ି, କାନିକା ଓ ଡାଲେମାକୁ ଜବତ କରାଯାଇ ବାଳାଶ୍ରମକୁ ପଠାଯାଇଛି।

Also Read:- ପ୍ଲଟ୍ ବ୍ୟବସାୟୀ ସୁଧୀର ପାତ୍ର ହତ୍ୟାକାଣ୍ଡରେ ପୁଣି ଥରେ କ୍ରାଇମ୍ ସିନ୍ ରିକ୍ରିଏସନ୍ କଲା ପୋଲିସ, ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ଓଗାଳୁଛି ଅଧିକ ତଥ୍ୟ

ସେପଟେ ଏନେଇ ସୁଆର ମହାସୁଆର ନିଯୋଗ ଏବଂ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀଙ୍କ ସହିତ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ତେବେ ସକାଳ ଧୂପ ସମୟରେ କେତେ ଅଭଡା ଲାଗିବ ସେ ସମ୍ପର୍କରେ ସ୍ଵତଲିପିରେ ଉଲ୍ଲେଖ ରହିଛି। ସ୍ଵତଲିପିର ନିୟମକୁ ଉଲ୍ଲଂଘନ କରାଯାଇ ଅଧିକ ମାତ୍ରାରେ ଅଭଡା ଭୋଗ ଲାଗି କରାଯାଇଥିବା ଅଭିଯୋଗ ହୋଇଥିଲା। ଶ୍ରୀମନ୍ଦିର କମାଣ୍ଡର ଏହାକୁ ଜବତ କରି ବାଳାଶ୍ରମକୁ ପଠାଇ ଦେଇଛନ୍ତି। ପୂର୍ବରୁ ମଧ୍ୟ ଏଭଳି ଘଟଣା ଶ୍ରୀମନ୍ଦିରରେ ଘଟିଥିବା ନଜରକୁ ଆସିଛି।