ଭୁବନେଶ୍ୱର, ୦୫/୧୦:ଏସଆଇଆରକୁ ନେଇ ସାରା ଦେଶରେ ବିରୋଧୀ ଦଳ ମୋର୍ଚ୍ଚା ଖୋଲିଛନ୍ତି । ମୁଖ୍ୟ ନିର୍ବାଚନ କମିଶନଙ୍କ ଇସ୍ତଫା ଦାବି କରୁଛନ୍ତି । ଏହାସହ ଜନ୍ତରମନ୍ତରରେ ଆନ୍ଦୋଳନ ହେଲାଣି । କକରୋଚ୍ ପାର୍ଟି ମଧ୍ୟ ଆନ୍ଦୋଳନ ଡାକରା ଦେଇଛି । ଏହା ମଧ୍ୟରେ ଓଡିଶାର ଜଣେ ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ଏସଆଇଆର ପ୍ରସଙ୍ଗରେ ମତ ରଖିଛନ୍ତି ।

ଓଡିଶା ପୋଲିସର ପୂର୍ବତନ ଡିଜି ତଥା ଓଏସଏସସିର ପୂର୍ବତନ ଅଧ୍ୟକ୍ଷ ଆଇପିଏସ ଅଭୟ ଏସଆଇଆରକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସରେ ଏସଆଇଆର ସମ୍ଭନ୍ଧୀୟ ଏକ ପୋଷ୍ଟ କରିଛନ୍ତି ।

ଏଥିରେ ସେ ଲେଖିଛନ୍ତି ଯେ, ଏସଆଇଆର ଯେଭଳି ଭାବେ ଲାଗୁ ହୋଇଛି ତାହା ତ୍ରୁଟିପୂର୍ଣ୍ଣ । ଏହା ଭାରତୀୟଙ୍କ ମତାଧିକାରରୁ ହନନ କରୁଛି । ଏସବୁକୁ ଶୀଘ୍ର ସୁଧାରିବା ସହ ଉତ୍ତରଦାୟିତ୍ୱ ନେବା ଜରୁରୀ ବୋଲି ପୂର୍ବତନ ଆଇପିଏସ ଅଧିକାରୀ କହିଛନ୍ତି ।

ସୂଚନାଯୋଗ୍ୟ, ଏସଆଇଆରକୁ ନେଇ ସାରା ଦେଶରେ ରାଜନୀତି ଜୋର୍ ଧରିଛି । ଏଥିରେ ମୁଖ୍ୟ ନିର୍ବାଚନ କମିଶନ ଜ୍ଞାନେଶ କୁମାରଙ୍କୁ ଟାର୍ଗେଟ୍ କରାଯାଉଛି । ଏପରିକି ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟ ମଧ୍ୟ ମମାଲାକୁ ଶୁଣାଣି କରିବେ ବୋଲି କହି ସାରିଛନ୍ତି ।