ବର୍ଲିନ୍: ୨୦୨୬ ଫିଫା ବିଶ୍ୱକପ୍ ଫାଇନାଲ ସ୍ପେନ୍ ବିଜୟୀ ହେବା ପରେ ବିଶ୍ୱବ୍ୟାପୀ ସେଲିବ୍ରେସନ। କିନ୍ତୁ ଏହି ବିଜୟ କେବଳ ଖେଳାଳିଙ୍କ ପାଇଁ ନୁହେଁ ବରଂ ଅନେକ ହୋଇଛନ୍ତି ମାଲେମାଲ। ଏହି କ୍ରମରେ ପୂର୍ବତନ ଆଡଲ୍ଟ ଷ୍ଟାର୍ ତଥା ସୋସିଆଲ ମିଡିଆ ଇନଫ୍ଲୁଏନ୍ସର୍ ମିଆ ଖଲିଫାଙ୍କ ପାଇଁ ମଧ୍ୟ ଏକ ବଡ଼ ଆର୍ଥିକ ଲାଭ ଆଣିଦେଇଛି।

ଫାଇନାଲ୍ ମ୍ୟାଚ୍ ପୂର୍ବରୁ ମିଆ ଖଲିଫା ସ୍ପେନ୍ର ବିଜୟ ଉପରେ ୧୦ ଲକ୍ଷ ଡଲାର (ପ୍ରାୟ ୮.୫ କୋଟି ଟଙ୍କା)ର ବାଜି ଲଗାଇଥିଲେ। ତାଙ୍କର ଏହି ପୂର୍ବାନୁମାନ ସଠିକ୍ ପ୍ରମାଣିତ ହୋଇଛି। ଆର୍ଜେଣ୍ଟିନାକୁ ପରାସ୍ତ କରି ବିଶ୍ୱକପ୍ ହାତେଇଥିଲା ସ୍ପେନ୍। ବେଟିଂ ଜିତିବା ପରେ ମିଆଙ୍କୁ ୧୬.୫ ଲକ୍ଷ ଡଲାର (ପ୍ରାୟ ୧୪ କୋଟି ଟଙ୍କା) ମିଳିଛି। ଏକାଥରକେ ତାଙ୍କୁ ପ୍ରାୟ ୫.୫ ଲକ୍ଷ ଡଲାର (ପ୍ରାୟ ୪.୭ କୋଟି ଟଙ୍କା)ର ସିଧାସଳଖ ଲାଭ ମିଳିଛି।

ମ୍ୟାଚ୍ ସରିବା ପରେ ମିଆ ଷ୍ଟାଡିୟମରୁ ନିଜର ଅନେକ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ସେ ସ୍ପେନର ଯୁବ ଷ୍ଟାର୍ ଲାମିନ୍ ୟମାଲଙ୍କ ଜର୍ସି ପିନ୍ଧିଥିବା ନଜର ଆସିଥିଲେ। ଏଥିସହ ନିଜ ଜିତିଥିବା ବେଟ୍ର ସ୍କ୍ରିନସଟ୍ ପୋଷ୍ଟ କରି ହାସ୍ୟରସରେ ସେ ଲେଖିଛନ୍ତି— "ମୋର ପୂର୍ଣ୍ଣ ଭରସା ଥିଲା ଏବଂ ମୁଁ ବଡ଼ ଆମାଉଣ୍ଟରେ ଜିତିଲି।

ନ୍ୟୁୟର୍କର ମେଟଲାଇଫ୍ ଷ୍ଟାଡିୟମରେ ଖେଳାଯାଇଥିବା ଏହି ରୋମାଞ୍ଚକର ଫାଇନାଲ୍ରେ ସ୍ପେନ୍ ଏବଂ ଆର୍ଜେଣ୍ଟିନା ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା। ପୂରା ୯୦ ମିନିଟ୍ ପର୍ଯ୍ୟନ୍ତ କୌଣସି ଦଳ ଗୋଲ୍ କରିପାରି ନଥିଲେ ଏବଂ ମ୍ୟାଚ୍ ଏକ୍ସଟ୍ରା ଟାଇମକୁ ଯାଇଥିଲା। ଆର୍ଜେଣ୍ଟିନାର ଗୋଲ୍ କିପର ଏମିଲିଆନୋ ମାର୍ଟିନେଜ୍ କିଛି ଚମତ୍କାର ସେଭ୍ କରିଥିଲେ, କିନ୍ତୁ ଏକ୍ସଟ୍ରା ଟାଇମ୍ର ଶେଷ ମୁହୂର୍ତ୍ତରେ ଫେରାନ ଟୋରେସ୍ ଗୋଲ୍ ଦେଇ ସ୍ପେନକୁ ୧-୦ ଗୋଲରେ ସ୍ମରଣୀୟ ବିଜୟ ଦେଇଥିଲେ। ଏହି ବିଜୟ ସହିତ ସ୍ପେନ୍ ୧୬ ବର୍ଷ ପରେ ପୁଣିଥରେ ଫିଫା ବିଶ୍ୱକପ୍ ଟ୍ରଫି ନିଜ ନାମରେ କରିଛି। ଚାମ୍ପିୟନ୍ ଦଳକୁ ୫.୧ କୋଟି ଡଲାର (ପ୍ରାୟ ୪୩୦ କୋଟି ଟଙ୍କା)ର ପ୍ରାଇଜ୍ ମନି ମଧ୍ୟ ମିଳିଛି।

ମିଆ ଖଲିଫା ହେଉଛନ୍ତି ଲେବାନନର ଜଣେ ଆମେରିକାନ୍ ସୋସିଆଲ ମିଡିଆ ପର୍ସନାଲିଟି। ସେ ୨୦୧୪-୧୫ରେ କିଛି ସମୟ ପାଇଁ ଆଡଲ୍ଟ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରିଥିଲେ। ସେହି ସମୟରେ ସମଗ୍ର ବିଶ୍ୱରେ ଚର୍ଚ୍ଚାକୁ ଆସିଥିଲେ। ଇଣ୍ଡଷ୍ଟ୍ରି ଛାଡିବା ପରେ ସେ ସୋସିଆଲ ମିଡିଆରେ ନୂଆ ପରିଚୟ ସୃଷ୍ଟି କରିଛନ୍ତି। ଆଜି ସେ ଖେଳ, ଫ୍ୟାସନ୍ ଏବଂ ପପ୍ କଲ୍ଚର ସହ ଜଡିତ ବିଷୟବସ୍ତୁ ସେୟାର କରନ୍ତି।