କେନ୍ଦୁଝର ୪।୧୧: ପୁଣି ବଢ଼ିଲା ରାଜା ଚକ୍ରଙ୍କ ଅଡ଼ୁଆ । ଗୋଟିଏ ପରେ ଗୋଟିଏ ମାମଲାକୁ ନେଇ ଚର୍ଚ୍ଚାରେ ରାଜା ଚକ୍ର । ପୂର୍ବରୁ ଶୁଆକାଟି ସ୍ଥିତ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିରେ ଅର୍ଥ କାରବାର ସମ୍ପର୍କିତ ମାମଲାରେ ଗତ ବର୍ଷ ମାର୍ଚ୍ଚ ମାସରେ ED ତାଙ୍କୁ ଗିରଫ କରିଥିବା ବେଳେ, ଏବେ ପୁଣି ଏକ କ୍ରସର କିଣାବିକା ମାମଲାକୁ ନେଇ EOW ର ଚଢ଼ାଉ କ୍ରସର ମାଲିକଙ୍କ ଅଭିଯୋଗ ପରେ ମାମଲାର ତଦନ୍ତ ଆରମ୍ଭ କରିଥିଲା EOW । ଆଜି କେନ୍ଦୁଝରରେ ରାଜା ଚକ୍ର ଓ ତାଙ୍କର ସହଯୋଗୀ ସଦାଶିବ ସାମଲଙ୍କ ଘରେ EOWର ଦୁଇଟି ଟିମ୍ ଚଢ଼ାଉ କରିଛି । ଗତ ୧୦ ତାରିଖ ଦିନ କେନ୍ଦୁଝର ସଦର ଥାନା ଅନ୍ତର୍ଗତ ନୁନଝରଣ ଗାଁରେ ପହଞ୍ଚି ସରଜମିନ ତଦନ୍ତ କରିଥିଲା ତଦନ୍ତକାରୀ ଟିମ୍ ।

ସୂଚନା ଅନୁଯାୟୀ, କ୍ରସର କିଣାବିକାକୁ ନେଇ ଶୁଆକାଠୀ ସ୍ଥିତ ଜଣେ କ୍ରସର ମାଲିକ EOWର ଦ୍ୱାରସ୍ଥ ହୋଇଥିଲେ । ଏହି କ୍ରମରେ ଜଣେ ଡିଏସ୍ପିଙ୍କ ନେତୃତ୍ୱରେ EOWର ଏକ ଟିମ୍ ନୁନଝରଣ ଗାଁରେ ପହଞ୍ଚିଥିଲା । ସେଠାରେ ସଦର ଥାନା ପୋଲିସ ଟିମ୍ ଏବଂ ସଦର ତହସିଲଦାରଙ୍କ ସହ ତାଙ୍କ ଟିମ୍ ମିଳିତ ଭାବେ ସରଜମିନ ତଦନ୍ତ କରିଥିଲେ । ଏହାସହ ସମ୍ପୃକ୍ତ ସ୍ଥାନର ମାପଚୁପ ମଧ୍ୟ କରାଯାଇଥିଲା ।

Also Read:- କୋଟିଆରେ ଆନ୍ଧ୍ର ପୋଷ୍ଟର ଚିରିଲେ ଲୋକେ, ମୁତୟନ ହେବେ ୮ ପ୍ଲାଟୁନ୍ ଫୋର୍ସ

ଅନ୍ୟପଟେ, ପୂର୍ବ ମାମଲାରେ ଗତବର୍ଷ ମାର୍ଚ୍ଚ ମାସରେ ଗିରଫ ହୋଇଥିବା ରାଜା ଚକ୍ର ବର୍ତ୍ତମାନ ବାଲେଶ୍ୱର ଜେଲରେ ଥିବା ଜଣାପଡ଼ିଛି । ତେବେ କ୍ରସର କିଣାବିକା ମାମଲାରେ EOWର ଏହି ସରଜମିନ ତଦନ୍ତ ପରେ ଆଗକୁ କି ପଦକ୍ଷେପ ନିଆଯାଉଛି ଏବଂ ତଦନ୍ତରୁ କେଉଁ ତଥ୍ୟ ସାମ୍ନାକୁ ଆସୁଛି, ତାହା ଉପରେ ଏବେ ସମସ୍ତଙ୍କ ନଜର ।

Watch Video: