ନଭିମୁମ୍ବାଇ: ବେଲପୁର କେନ୍ଦ୍ରୀୟ ବାଣିଜ୍ୟିକ ଜିଲ୍ଲାର କିଲେଗୌଥାନରେ ୨୫ରୁ ଊର୍ଦ୍ଧ୍ୱ ପିରପକ୍ୱ ବୃକ୍ଷଙ୍କୁ ବିଷ ଦେଇ ନଷ୍ଟ କରିବାକୁ ଉଦ୍ୟମ କରାଯାଇଛି। ଏହି ଘଟଣାରେ ପରିବେଶ କାର୍ଯ୍ୟକର୍ତ୍ତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହସ୍ତକ୍ଷେପ ଦାବି କରିଛନ୍ତି। କାରଣ ନଗର ଏବଂ ଔଦ୍ୟୋଗିକ ବିକାଶ ନିଗମ (ସିଆଇଡିସିଓ) ଓ ନଭି ମୁମ୍ବାଇ ନଗର ନିଗମ (ଏନଏମଏମସି)ଙ୍କୁ ଏ ବାବଦେ ବାରମ୍ବାର ଅଭିଯୋଗ କରାଯିବା ସତ୍ତ୍ୱେ ବୃକ୍ଷଙ୍କ ସୁରକ୍ଷା ସୁନିଶ୍ଚିତ କରାଯାଇ ନାହିଁ। ନେଟ କନେକ୍ଟ ଫାଉଣ୍ଡେସନ ଏ ବାବଦେ ପ୍ରଧାନମନ୍ତ୍ରୀଙ୍କୁ ଏକ ପତ୍ର ଲେଖିଥିବା ବେଳେ ତତ୍କାଳ କାର୍ଯ୍ୟାନୁଷ୍ଠାନ ଦାବି କରିଛି।

ପ୍ରଭାବିତ ବୃକ୍ଷ ମଧ୍ୟରେ ଭୋକର (ସୁଗନ୍ଧିତ ମାଞ୍ଜାକ୍), ବାଦାମ (ଭାରତୀୟ ବାଦାମ), ତାଳ, କଇଁଆ ଓ ବରକୋଳି ଗଛ ଅଛି। ପରିବେଶ କାର୍ଯ୍ୟକର୍ତ୍ତାମାନେ ଗଛର ବକଳ ଜାଣିଶୁଣି କାଟିବା, ଡାଳ କଣା କରିବା ଓ ଏଥିରେ ରସାୟନିକ ଇଞ୍ଜେକ୍ସନ ଦିଆଯାଇଥିବାର ସନ୍ଦେହ କରୁଛନ୍ତି। ତେବେ ଏହି ବୃକ୍ଷ ଗୁଡିକୁ ପୁଣି ଜୀବିତ କରିବା ପାଇଁ ନାଗରିକ ନେତୃତ୍ୱ ପଦକ୍ଷେପ ନେଇଥିବା କାର୍ଯ୍ୟକର୍ତ୍ତା ପରମଦୀପ ଗରେୱାଲ କହିଛନ୍ତି ଯେ ପିଛିଲା ଘଟଣାରେ ମିଡିଆ ରିପୋର୍ଟ ପରେ ଅପରାଧୀମାନେ ସେମାନଙ୍କ ଗତିବିଦ୍ଧିକୁ କିଛି ସମୟ ରୋକି ଦେଇଥିଲେ। ହେଲେ ଏଥିରେ ଶନିବାର ନୂଆ କ୍ଷତି ଦେଖା ଯାଇଛି।

ସ୍ଥାନୀୟ ବାସିନ୍ଦା ଓ ପରିବେଶବିଦ୍ ମାନେଏହି ଗଛ ଗୁଡିକୁ ବଞ୍ଚାଇବା ପାଇଁ ସମୟ, ପରିଶ୍ରମ ଓ ପଇସା ମଧ୍ୟ ଖର୍ଚ୍ଚ କରିଛନ୍ତି। ଜଣେ ବୃକ୍ଷ ବିଶେଷଜ୍ଞଙ୍କୁ ଡକାଇ ଗଛଙ୍କ ଲାଗି ଔଷଧ ଓ ପାଣି ବ୍ୟବସ୍ଥା କରାଯିବା ପରେ ସଦ୍ୟ ଆକ୍ରମଣ ପିରବେଶବିଦଙ୍କୁ ଚିନ୍ତାରେ ପକାଇଛି। ଏହି ଗଛ ଗୁଡିକ ଉପକୂଳ ପୋଲିସ ଥାନାର ଠିକ ପଛପଟେ ଓ ନଭିମୁମ୍ବାଇ ମ୍ୟୁନସିପାଲ କର୍ପୋରେସନ(ଏନଏମଏମସି)ର ଠିକ୍ ସାମ୍ନାରେ ରହିଛି। ଏହା ପୂର୍ବରୁ ନେଟକନେକ୍ଟ ଓ ସ୍ଥାନୀୟ ବାସିନ୍ଦା ଏନଏମଏମସି କମିଶନରଙ୍କୁ ଏକ ସ୍ୱାକ୍ଷର ସମ୍ବଳିତ ଜ୍ଞାପନ ପ୍ରଦାନ କରିଥିଲେ। ଏଥିରେ ସେମାନେ ବୃକ୍ଷଗୁଡିକର ସୁରକ୍ଷା ପାଇଁ ନିବେଦନ କରିଥିଲେ।

ପାରସିକ୍ ଗ୍ରୀନସ୍ ର ସଂଯୋଜକ ବିଷ୍ଣୁ ଯୋଶୀ ବୃକ୍ଷଗୁଡିକୁ ନିରୀକ୍ଷଣ କରି କହିଛନ୍ତି ଯେ କିଛି ଗଛ ଡାଳରୁ ତରଳ ପଦାର୍ଥ ଝରୁଥିଲା ଓ ଏଥିରୁ ଦୁର୍ଗନ୍ଧପୂର୍ଣ୍ଣ ରସାୟନିକର ଗନ୍ଧ ଆସୁଥିଲା। ଯୋଶୀ କହିଛନ୍ତି ଯେ ଏ ଗୁଡିକ ପରିପକ୍ୱ ଗଛ ଯାହାକୁ ରକ୍ଷା କରାଯିବା ନିତ୍ୟାନ୍ତ ଆବଶ୍ୟକ। ଅଧିକାରୀମାନେ ଏହି ଗଛ ଗୁଡିକୁ ମାରିବା ପାଇଁ କେଉଁ ପଦାର୍ଥ ଉପଯୋଗ କରାଯାଇଛି ଯାହା ଯାଞ୍ଚ କରିବା ଦରକାର ଓ ଏଥି ପାଇଁ ଦାୟି ଲୋକଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ। ଅନ୍ୟପଟେ ବୃକ୍ଷଗୁଡିକର ବିଶେଷଜ୍ଞ ଚିକିତ୍ସା ଓ ନିରନ୍ତର ଦେଖ ରେଖର ଆବଶ୍ୟକତା ମଧ୍ୟ ରହିଛି।