ଭୁବନେଶ୍ୱର ୧୮।୦୪ : ଶିଖରଚଣ୍ଡୀରେ ପୁଣି ହାତୀ ଉପଦ୍ରବ । କିଛି ଦିନ ତଳେ ହାତୀ ପଲ ଶିଖରଚଣ୍ଡୀରେ ଉତ୍ପାତ ମଚାଇଥିବା ବେଳେ ଏବେ ପୁଣି ଦୁଇଟି ଦନ୍ତାକୁ ଦେଖିବାକୁ ମିଳିଛି । ବନବିଭାଗ ପକ୍ଷରୁ ଦନ୍ତା ହାତୀଙ୍କୁ ଘଉଡାଇବା ପାଇଁ ଉଦ୍ୟମ ଜାରି ରଖାଯାଇଛି । ବାରମ୍ବାର ପୁରା ଅଞ୍ଚଳରେ ବାଜୁଛି ସାଇରନ ।

ଖବର ଅନୁଯାୟୀ, ଭୁବନେଶ୍ୱର ଶିଖରଚଣ୍ଡୀରେ ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି । ଗତ ଦୁଇ ଦିନ ଧରି ଦୁଇ ଦନ୍ତା ଉତ୍ପାତ କରୁଛନ୍ତି । ଏମାନଙ୍କ ଗତିବିଧି ଉପରେ ନଜର ରଖିବାକୁ ବନ ବିଭାଗ ଟ୍ରାକିଂ କରୁଛି । ଏଥିପାଇଁ ଦୁଇଟି ସ୍ପେଶାଲ୍ ଗ୍ରୁପ୍ ନିୟୋଜିତ ହୋଇଛନ୍ତି। ଟ୍ରାକିଂରେ ନିୟୋଜିତ ଅଛନ୍ତି ଚନ୍ଦକା ଏବଂ ଭୁବନେଶ୍ବର ରେଞ୍ଜ କର୍ମଚାରୀ । ସାଇରନ୍ ବଜାଇ ଚାଲିଛି ଅପରେସନ। ହାତୀ ଯେପରି ସହର ଭିତରକୁ ପ୍ରବେଶ ନ କରିବ, ସେନେଇ ଚେଷ୍ଟା ଚଳାଇଛି ବନ ବିଭାଗ। ହାତଟି ଭରତପୁର ଜଙ୍ଗଲରୁ ଚାଲିଆସିଥିବା ସୂଚନା ଦେଇଛନ୍ତି ଡେପୁଟି ରେଞ୍ଜର।

Also Read:-ଚତୁର୍ଥୀ ପୂର୍ବରୁ ପ୍ରେମିକ ସହ ନବବଧୂ ଫେରାର, ପୁଅ ଘର ଭାଣ୍ଡିଆ, ଅଧାରୁ ଭୋଜିଭାତ ବନ୍ଦ

ସେହିପରି ପୂର୍ବ ଥର ପରି ହାତୀଟି ଯେପରି ସୁରକ୍ଷିତ ଭାବେ ଜଙ୍ଗଲ ମଧ୍ୟ ଛଡ଼ାଯାଇଥିଲା । ସେହିପରି ଏଥର ବି ଦୁଇଟି ଦନ୍ତା ହାତୀଙ୍କୁ ଜଙ୍ଗଲ ମଧ୍ୟକୁ ସୁରକ୍ଷିତ ଭାବେ ଛଡାଯିବ । ବନବିଭାଗ ଲଗାତର ଭାବେ ଅପରେସନ କରିଆସୁଛି । ଏହି ଅପରେସନରେ ବରିଷ୍ଠ ଅଧିକାରୀମାନେ ମଧ୍ୟ ସାମିଲ ରହିଛି । ତେବେ ହାତୀ ବୁଲୁଥିବାରୁ ସ୍ଥାନୀୟ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଯାଇଛି ।