ନୀଳଗିରି, ୧୭।୧୧ : ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ହାତୀ ଆତଙ୍କ । ଏଠାରେ ଥିବା କୁଲଡିହା ଅଭୟାରଣ୍ୟରେ ହାତୀ ଆସି ସୀମାନ୍ତ ଅଞ୍ଚଳରେ ବ୍ୟାପକ ଫସଲ ନଷ୍ଟ କରୁଥିବା ଦେଖାଯାଇଛି।

ରାତିରେ ଗାଁ ଭିତରକୁ ଯାଇ ଉପଦ୍ରବ କରୁଥିବା ବେଳେ ଦିନରେ ଧାନଫସଲ ନଷ୍ଟ କରୁଛନ୍ତି ହାତୀପଲ। ଔପଦା ବ୍ଲକ ବାଉଁଶବଣିଆ ପଞ୍ଚାୟତ ଢୋଲପୁର ଅଞ୍ଚଳରେ କିଛି ହାତୀ ଅଭୟାରଣ୍ୟରୁ ଆସି ଦିନରେ ଧାନଫସଲ ଜମିରେ ଉପଦ୍ରଵ କରୁଥିବା ନଜରକୁ ଆସିଛି। ଏବେ ଧାନ ବାହାରି ଥିବା ବେଳେ କଞ୍ଚାଧାନ ଗଛ ଗୁଡିକ ହାତୀ ଖାଇ ନଷ୍ଟ କରିବା ସହ ପାଦରେ ଅନେକ ଫସଲ ନଷ୍ଟ କରିଥିବା ଜଣାପଡ଼ିଛି।

Also Read :- ଋଷ ଉପରେ ସବୁଠୁ ବଡ଼ ଆଟାକ୍ ! ୟୁକ୍ରେନ୍ ମାଡ଼ କଲା ୨୦୦୦ ଡ୍ରୋନ-ମିସାଇଲ, ଅନେକ ଅଞ୍ଚଳ ଧ୍ୱଂସ

ଗୋଟିଏ ପଟେ ବାତ୍ୟା ପାଇଁ ବର୍ଷା ଭୟରେ ଚାଷୀମାନେ କଞ୍ଚାଧାନ କାଟି ନେଉଥିବା ବେଳେ ପୁଣି ହାତୀର ଉପଦ୍ରବ ପାଇଁ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ବନବିଭାଗ ତରଫରୁ ସେଭଳି କିଛି କାର୍ଯ୍ୟନୁଷ୍ଠାନ ନିଆ ଯାଉନଥିବାରୁ ଅଞ୍ଚଳରେ ଅସନ୍ତୋଷ ବୃଦ୍ଧି ପାଇଛି।