ମସ୍କୋ, ୧୭।୧୧ : ରୁଷ ଉପରେ ୟୁକ୍ରେନ ସବୁଠାରୁ ବଡ ଡ୍ରୋନ ଆକ୍ରମଣ କରିଛି। ରୁଷର ବିଭିନ୍ନ ତୈଳ ବିଶୋଧନାଗାର, ବ୍ରିଜ୍ ଓ ଅନ୍ୟ ଗୁରୁତ୍ବପୂର୍ଣ୍ଣ ପ୍ରତିଷ୍ଠାନକୁ ଟାର୍ଗେଟ କରି ୟୁକ୍ରେନ ସେନା ପ୍ରାୟ ୨,୦୪୯ଟି ଡ୍ରୋନ ମାଡ଼ କରିଛି। ଗତ ୨୦୨୨ ଫେବ୍ରୁଆରୀରେ ଦୁଇଦେଶ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ପରଠାରୁ ରୁଷ ଉପରେ ୟୁକ୍ରେନର ଏହା ସବୁଠାରୁ ବଡ ଡ୍ରୋନ ଆକ୍ରମଣ ବୋଲି କୁହାଯାଉଛି। ଏହା ପୂର୍ବରୁ ଗତ ଅକ୍ଟୋବର ୨୯ରେ ରୁଷ ଉପରେ ୟୁକ୍ରେନ ୧,୨୫୪ଟି ଡ୍ରୋନ ଆକ୍ରମଣ କରିଥିଲା।

ୟୁକ୍ରେନ ସେନାର ସୂଚନା ଅନୁସାରେ ରବିବାର ସନ୍ଧ୍ୟାରୁ ସୋମବାର ସକାଳ ପର୍ଯ୍ୟନ୍ତ କ୍ରିମିଆ, ଲୋହିତ ସାଗର ଓ ଅଜୋଭ ସାଗର ଅଞ୍ଚଳ ସମେତ ପ୍ରାୟ ୧୬ଟି ସ୍ଥାନରେ ଏହି ଡ୍ରୋନ ଆକ୍ରମଣ କରାଯାଇଛି । ସେଥିରୁ କେବଳ ରାଜଧାନୀ ମସ୍କୋରେ ୬୦୦ ଡ୍ରୋନ ମାଡ଼ ହୋଇଛି। ଗୋଷ୍ଟୋଭ ଓ କ୍ରାସନୋଡର ଅଞ୍ଚଳରେ ଥିବା କେତେକ ଶିଳ୍ପ ପ୍ରତିଷ୍ଠାନ ଓ ତୈଳ ବିଶୋଧନାଗାର ଉପରେ ଡ୍ରୋନ ହମଲା କରାଯାଇଛି। ଅଜୋଭ ଅଞ୍ଚଳରେ ଥିବା ୪ଟି ଶିଳ୍ପ କାରଖାନାରେ ଡ୍ରୋନ ବିସ୍ଫୋରଣ ପରେ ନିଆଁ ଲାଗିଯାଇଛି। ସେହିଭଳି କେତେକ ରୋଡ୍, ବ୍ରିଜ, ରେଲୱେ ବ୍ରିଜ୍, ଶକ୍ତିକେନ୍ଦ୍ର, ତୈଳ ଭଣ୍ଡାର ଓ ଅନ୍ୟ ପ୍ରତିଷ୍ଠାନକୁ ଗର୍ଗେଟ କରି ଏହିସବୁ ଆକ୍ରମଣ କରାଯାଇଛି।

Also Read :-ଫିଲିପାଇନ୍ସରେ ମୋଦୀ : 'ଆସିଆନ୍ ଗାଲା ଡିନର'ରେ ହେଲେ ସାମିଲ, ଟ୍ରମ୍ପଙ୍କୁ ମଧ୍ୟ କରିବେ ସାକ୍ଷାତ

ଏହି ଆକ୍ରମଣ ଯୋଗୁ ରୁଷରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଗତ ଅକ୍ଟୋବର ମାସରୁ ରୁଷର ତୈଳ ଭଣ୍ଡାରକୁ ୟୁକ୍ରେନ ଗର୍ଗେଟ କରିଚାଲିଛି। ରୁଷର ପ୍ରାୟ ୫୦ ପ୍ରତିଶତ ତୈଳ ବିଶୋଧନାଗାର ପ୍ରକଳ୍ପକୁ ନଷ୍ଟ କରିଦେଇଥିବା ୟୁକ୍ରେନ ସେନା ଦାବି କରିଛି। ରୁଷ ଉପରେ ମଧ୍ୟ ୟୁକ୍ରେନ ୪ଟି ଫ୍ଲେମିଂ କୁଜ୍ ମିସାଇଲ ଓ ୭ଟି ଗାଇଡେଡ ଏରିଏଲ ବୋମା ମାଡ଼ କରିଛି। ୟୁକ୍ରେନ ସେନାର ଡ୍ରୋନ ଓ ମିସାଇଲ ଆକ୍ରମଣକୁ ରୁଷ ସ୍ବୀକାର କରିଛି। କ୍ରେମଲିନ ମୁଖପାତ୍ର ଡିମିଟି ପେସ୍କୋଭ କହିଛନ୍ତି ଯେ ୟୁକ୍ରେନର ଅଧିକାଂଶ ଡ୍ରୋନକୁ ଇଣ୍ଟରସେପ୍ଟ କରି ଖସାଇ ଦିଆଯାଇଛି। ତଥାପି କିଛି ଡ୍ରୋନ ବିଭିନ୍ନ ଅଞ୍ଚଳରେ ବିସ୍ଫୋରଣ ଘଟାଇଛି ।