ଢେଙ୍କାନାଳ ୨୬।୧୦ : ଥର୍ମାଲ କ୍ୟାମେରାରେ କଏଦ ହେଲା ବ୍ରାହ୍ମଣୀ ନଦୀ ପାର ହେଉଥିବା ୪୦ଟିକିଆ ହାତୀ ପଲଙ୍କ ଭିଜୁଆଲ୍ । ଢେଙ୍କାନାଳ ବନ ବିଭାଗ ପକ୍ଷରୁ ବନ୍ୟଜନ୍ତୁ ତଥା ହାତୀମାନଙ୍କ ସୁରକ୍ଷା ଓ ଗତିବିଧି ଉପରେ କଡ଼ା ନଜର ରଖିବା ପାଇଁ ଆଧୁନିକ ଥର୍ମାଲ କ୍ୟାମେରା ବ୍ୟବହାର କରାଯାଉଛି। ଏହି ନୂତନ ବୈଷୟିକ ଜ୍ଞାନକୌଶଳ ବିଶିଷ୍ଟ କ୍ୟାମେରା ସାହାଯ୍ୟରେ ଦିନ ଏବଂ ରାତିର ଅନ୍ଧକାରରେ ମଧ୍ୟ ଗତିବିଧି ସ୍ପଷ୍ଟ ଭାବେ ରେକର୍ଡ କରାଯାଇପାରୁଛି। ଢେଙ୍କାନାଳ ବନଖଣ୍ଡ ସଦର ରେଞ୍ଜ୍ ଅନ୍ତର୍ଗତ ଗଦାଶିଳା ଅଞ୍ଚଳରେ ଏକ ୪୦ଟିକିଆ ହାତୀ ପଲ ବ୍ରାହ୍ମଣୀ ନଦୀ ପାର ହେଉଥିବା ଦୃଶ୍ୟ ଥର୍ମାଲ କ୍ୟାମେରାରେ କଏଦ ହୋଇଛି। ବନ ବିଭାଗ ପକ୍ଷରୁ ଏହି ଭିଡିଓ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରାଯାଇଛି ।

Watch Video:-