ହିନ୍ଦୋଳ,୧୮/୦୮ : ଗାଁ ଦାଣ୍ଡରେ ହାତୀ ଉପଦ୍ରଵ I ଘରୁ ଘୋଷାରି ନେଇ ଶୁଣ୍ଢରେ କଚାଡି ଦେଲା ହାତୀ I ଘଟଣାସ୍ଥଳରେ ବ୍ୟକ୍ତିଙ୍କ ମୃତ୍ୟୁ I ଏପରି କିଛି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳର ହିନ୍ଦୋଳରେ ।

ମୃତ ବ୍ୟକ୍ତି ହେଲେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳ ଖଜୁରୀଆକଟା ଫରେଷ୍ଟ ସେକ୍ସନ ଅନ୍ତର୍ଗତ କୁମୁରିଶିଙ୍ଗା ଗାଁର ପୂର୍ଣ୍ଣିଚନ୍ଦ୍ର ଦେହୁରୀ I ରିପୋର୍ଟ ଅନୁସାରେ, ରାତି ପ୍ରାୟ ୧ ଟା ସମୟରେ ହାତୀଟି ଗାଁରେ ପଶିଥିଲା। ଠିକ୍ ସେତିକି ବେଳେ ଗାଁର ୫୫ ବର୍ଷୀୟ ପୂର୍ଣ୍ଣଚନ୍ଦ୍ର ଦେହୁରୀ ଘର କବାଟ ଖୋଲି ବାହାରକୁ ଆସିଥିଲେ। ତେବେ ସେଠାରେ ହାତୀ ତାଙ୍କୁ ଶୁଣ୍ଢରେ ଧରି କଚାଡି ଦେଇଥିଲା ।

Also Read :- kolkata: କୋଲକାତା ବିମାନବନ୍ଦରର ATC କୋଠାରେ ଅଗ୍ନିକାଣ୍ଡ, ଅଳ୍ପକେ ଟଳିଲା ଦୁର୍ଘଟଣା

ସଙ୍ଗେସଙ୍ଗେ ତାଙ୍କୁ ପରିବାର ଲୋକେ ଆମ୍ବୁଲାନ୍ସ ଯୋଗେ ହିନ୍ଦୋଳ ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୂର୍ଣ୍ଣଚନ୍ଦ୍ରଙ୍କ ବିୟୋଗରେ ଗାଁରେ ଶୋକର ଛାୟା ଖେଳିଯାଇଛି।