କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟରେ ନିର୍ବାଚନୀ ହିଂସା । ଆଦର୍ଶ ଆଚରଣ ବିଧି ଲାଗୁ ପରେ ମଧ୍ୟ ଅଣ ଛାତ୍ର ପ୍ରବେଶ କରୁଥିବା ଅଭିଯୋଗ ଆଣି ବିଜୁ ଛାତ୍ର ଜନତା ଦଳର ଛାତ୍ରମାନେ ଫାଟକ ସାମ୍ନାରେ ଧାରଣା ଦେଇଛନ୍ତି। ଫଳରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ବିଶ୍ୱବିଦ୍ୟାଳୟର କୁଳପତି ନ ଆସିବା ପର୍ଯ୍ୟନ୍ତ ଧାରଣା ଜାରିରହିବ ବୋଲି କହିଛନ୍ତି ଧାରଣା ବସିଥିବା ଛାତ୍ର।

ସୂଚନା ଅନସାରେ, ଛାତ୍ର ବିଜେଡିର ଜଣେ ସମର୍ଥକଙ୍କୁ ବିରୋଧୀ ପ୍ରାର୍ଥୀର ସମର୍ଥକ ସଂଘବଦ୍ଧ ଆକ୍ରମଣ କରିଥିବା ଅଭିଯୋଗ ଆଣି ରେଭେନ୍ସା ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ଦେଇଛନ୍ତି ବିଜେଡି ଛାତ୍ର ଜନତା ଦଳର ଛାତ୍ରମାନେ । ଅଣଛାତ୍ର ପ୍ରବେଶ ଉପରେ ନିୟନ୍ତ୍ରଣ ନଥିବାରୁ ବାଧ୍ୟ ହୋଇ ଧାରଣା ଦେଇଥିବା କହିଛନ୍ତି ଛାତ୍ର। ଅନ୍ୟପଟେ ଘଟଣା ସ୍ଥଳରେ ଚାପା ଉତ୍ତେଜନା ଥିବାରୁ ୩ ପ୍ଲାଟୁନ ଫୋର୍ସ ମୁତୟନ କରଯାଇଛି। ତେବେ ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣାଧୀନ ଥିବା କହିଛନ୍ତି ଜୋନ ୧ ଏସିପି ଅରୁଣ ସ୍ୱାଇଁ ।

Also Read: ବଲାଙ୍ଗିରରେ ଛାତ୍ର ସାଂସଦ ନିର୍ବାଚନକୁ ନେଇ ଅଶାନ୍ତି, BCJD ସଭାପତିଙ୍କୁ ଗିରଫ ପରେ ବିଜେଡିର ପ୍ରତିବାଦ ଧାରଣା ଓ ବିକ୍ଷୋଭ