ଜଗତସିଂହପୁର ୮।୧୦: ଭିଜିଲାନ୍ସ ଜାଲରେ ଜଗତସିଂହପୁର ଜିଲ୍ଲା ଶିକ୍ଷା ବିଭାଗର ତଥ୍ୟ ଓ ଅନୁସନ୍ଧାନ ସଂଯୋଜକ ଚନ୍ଦ୍ରଜିତ ପରିଜା । ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଚନ୍ଦ୍ରଜିତଙ୍କୁ ଗିରଫ କରିଛି ଭିଜିଲାନ୍ସ ।

Also Read:- ଓଡ଼ିଶା ବନ୍ଦ ସତ୍ତ୍ୱେ ଫିକା ପଡ଼ିନି କଲେଜ କ୍ୟାମ୍ପେନ୍, ଆଶାୟୀଙ୍କ ପ୍ରଚାର ଜୋର୍

ବିଦ୍ୟାଳୟ ଗୁଡ଼ିକରେ ଡିଜିଟାଲ୍ ପ୍ୟାନେଲ୍ ବିଲ୍ କ୍ଲିୟରାନ୍ସ ପାଇଁ ଜଣେ ପ୍ରୋପାଇଟରଙ୍କ ଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଏହି ସମୟରେ ଭିଜିଲାନ୍ସ ଟିମ୍ ତାଙ୍କୁ ମାଡ଼ି ବସିଥିଲା । ଚନ୍ଦ୍ରଜିତଙ୍କ କାର୍ଯ୍ୟାଳୟ ସମେତ ଗାଲୁପଡ଼ା ସ୍ଥିତ ନୂଆ ଘର ଓ କଟକ ମଧୂପଟଣା ଥାନା ନୂଆପଡ଼ାରେ ଥିବା ଘର ସମେତ ୩ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍ । ଆୟ ବହିର୍ଭୂତ୍ତ ସମ୍ପତ୍ତି ଠୁଳ ନେଇ ଭିଜିଲାନ୍ସ ତଦନ୍ତ କରୁଛି ।

Watch Video: