ଭୁବନେଶ୍ବର ୧୩।୮: ବନ୍ୟା କ୍ଷୟକ୍ଷତି ଆକଳନରେ ବାଧକ ସାଜୁଛି ବାରମ୍ବାର ବନ୍ୟା । ଏଭଳି ପ୍ରତିକ୍ରିୟା ରଖିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ମନ୍ତ୍ରୀ କହିଛନ୍ତି, ଲଘୁଚାପ ଅବପାତର ରୂପ ନେଇ ଅନେକ ସ୍ଥାନରେ ବର୍ଷା କରାଇବ । ବାଲେଶ୍ୱରରୁ ଆରମ୍ଭ କରି ମୟୁରଭଞ୍ଜ ପର୍ଯ୍ୟନ୍ତ ରେଡ୍‌ ଜୋନ୍‌ରେ ରଖିଛୁ । ବର୍ଷାଜନିତ ବନ୍ୟା ଶେଷ ହେବାର ନା ନେଉନାହିଁ । ଗୋଟେ ବନ୍ୟାକୁ ମୁକାବିଲା କଲା ବେଳକୁ ଆଉ ଏକ ବନ୍ୟା ଆସି ପହଞ୍ଚି ଯାଉଛି । ସମ୍ପୂର୍ଣ୍ଣ ପାଣି ନଛାଡିବାରୁ କ୍ଷୟକ୍ଷତି ଆକଳନ ପାଇଁ ବିଳମ୍ବ ହେଉଛି । ବିଶେଷ କରି ଉତ୍ତର ଓଡ଼ିଶାରେ ବିଳମ୍ବ ହେଉଛି । ଅନ୍ୟ ଜିଲ୍ଲା ଗୁଡିକରେ ଆବଣ୍ଟନ କାମ ଆରମ୍ଭ ହୋଇସାରିଛି ।

​​​​​​​

ଏଲ୍‌ନିନୋ କାରଣରୁ କମ୍ ବୃଷ୍ଟିପାତ ହେବ ବୋଲି ଆକଳନ ହୋଇଥିଲା । ୬୫% ଅଧିକ ବୃଷ୍ଟିପାତ ହେଲା । ଉତ୍ତର ଓଡ଼ିଶାର କିଛି ନଦୀରେ ଜଳ ପତନ ବୃଦ୍ଧି ପାଇଛି । କିନ୍ତୁ ବିପଦ ସଂକେତ ପାଖକୁ ପହଞ୍ଚି ନାହିଁ । କିନ୍ତୁ ୨୪ ଘଣ୍ଟା ପ୍ରବଳରୁ ପ୍ରବଳ ବର୍ଷା ହେବ । ଜଳସେଚନ ବିଭାଗ ସଚେତନ ଅଛନ୍ତି । ଏସଆରସି ତୀକ୍ଷ୍ଣ ଦୃଷ୍ଟି ଦେଇଛନ୍ତି, ଜିଲ୍ଲପାଳ ମାନଙ୍କ ସହିତ ସମ୍ପର୍କରେ ଅଛନ୍ତି । ଦୁଇ ତିନି ସପ୍ତାହରେ ଆସିଥିବା ଦୁଇରୁ ଅଧିକ ବନ୍ୟା ଆସିଛି, ଏହାକୁ ମଧ୍ୟ ସଫଳତାର ସହିତ ମୁକାବିଲା କରିବୁ ବୋଲି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ କହିଛନ୍ତି ।

Watch Video:​​​​​​​