ପୁରୀ: ନିଶାଖୋର ସ୍ବାମୀର ଉନ୍ମତ୍ତ କାଣ୍ଡ। ସ୍ତ୍ରୀକୁ ପେଟ୍ରୋଲ ଢ଼ାଳି ନିଆଁ ଲଗାଇଦେଲା । ଗୁରୁତର ଅବସ୍ଥାରେ ମହିଳାଙ୍କୁ ଏମ୍ସ ସ୍ଥାନାନ୍ତର କରାଯାଇଥିବା ବେଳେ, ଅଭିଯୁକ୍ତ ସ୍ବାମୀକୁ ଅଟକ ରଖିଛି ପୋଲିସ। ଘଟଣା ଘଟିଛି ପୁରୀ କୁମ୍ଭାରପଡ଼ା ଥାନା ଅଞ୍ଚଳରେ।

ସୂଚନା ଅନୁସାରେ, ଘରୋଇ କଳହକୁ ନେଇ ଏହି ନିଶାସକ୍ତ ସ୍ବାମୀ ଏଭଳି କାଣ୍ଡ ଭିଆଇଛି। ଗୁରୁତର ମହିଳା କୁମ୍ଭାରପଡ଼ା ଥାନା ଅଞ୍ଚଳର ସରୋଜିନୀ ମଲ୍ଲିକ । ତେବେ ତାଙ୍କୁ ଗୁରୁତର ଅବସ୍ଥାରେ ଏମ୍ସ ସ୍ଥାନାନ୍ତର କରାଯାଇଛି। ସେପଟେ କୁମ୍ଭାରପଡ଼ା ଥାନା ପୋଲିସ କେସ୍ ନଂ-୪୫୩/୨୦୨୬ ରୁଜୁ କରି ତଦନ୍ତ ଆରମ୍ଭ କରିଛି। ହିଳାଙ୍କ ସ୍ବାମୀ ବିକ୍ରମ କୁମାର ମଲ୍ଲିକକୁ କୁମ୍ଭାରପଡ଼ା ଥାନା ପୋଲିସ ଅଟକ ରଖି ତଦନ୍ତ ଜାରି ରଖିଛି। ତେବେ କେଉଁ କାରଣରୁ ସ୍ତ୍ରୀକୁ ପେଟ୍ରୋଲ ଢ଼ାଳି ସ୍ବାମୀ ନିଆଁ ଲଗାଇଛି ତାହା ସ୍ପଷ୍ଟ ହୋଇନଥିବା ବେଳେ, ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ କରାଯାଉଛି ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

Also Read: ମଦ୍ୟପ ଯୁବକର ଉନ୍ମତ୍ତ କାଣ୍ଡ, ସ୍କୁଲରେ ପଶି ଶିକ୍ଷକଙ୍କ ସହ ଛାତ୍ରଛାତ୍ରୀଙ୍କୁ ପିଟିଲା

ପୁରୀ କୁମ୍ଭାରପଡ଼ା ଥାନା ଅଞ୍ଚଳରେ ମା କୁ ପୁଅ ହତ୍ୟା କରି ରୋଷେଇ ଘର ସ୍ଲାବ ତଳେ ପ୍ଲାଷ୍ଟର କରିଦେବା ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଏବେ ସ୍ତ୍ରୀ କୁ ପେଟ୍ରୋଲ ଢ଼ାଳି ସ୍ବାମୀ ନିଆଁ ଲଗାଇଦେବା ଘଟଣା ପୁରୀ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି।