ଦେବଗଡ଼: ସ୍କୁଲ ପରିସରରେ ମଦ୍ୟପ ଯୁବକର ଉନ୍ମତ୍ତ କାଣ୍ଡ। ସ୍କୁଲରେ ପଶି ଶିକ୍ଷକଙ୍କ ସହ ଛାତ୍ରଛାତ୍ରୀଙ୍କୁ ପିଟିଲା । ବୁଧବାର ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ଅନ୍ତର୍ଗତ ମାକରମୁଣ୍ଡା ପ୍ରାଥମିକ ବିଦ୍ୟାଳୟରେ ଘଟିଛି ଏଭଳି ଘଟଣା।

ସୂଚନା ଅନୁସାରେ, ଅପରାହ୍ଣ ସମୟରେ ଜଣେ ମଦ୍ୟପ ଯୁବକ ହଠାତ ସ୍କୁଲ ଭିତରକୁ ପଶି ଆସି ଛାତ୍ରଛାତ୍ରୀଙ୍କ ସହ ଶିକ୍ଷକଙ୍କୁ ପିଟିଥିବା ଅଭିଯୋଗ ହୋଇଛି। ଯୁବକ ଜଣକ ନିକଟସ୍ଥ ଗୁଣ୍ଡେଇମରା ଗ୍ରାମର ଲିଙ୍କନ ପ୍ରଧାନ ବୋଲି ଜଣାପଡ଼ିଛି।

ଜଣାପଡ଼ିଛି ଯୁବକ ଜଣକ ମଦ୍ୟ ପାନ କରି ସ୍କୁଲ ପରିସରକୁ ଆସି ଜଣେ ଛାତ୍ରଙ୍କୁ ଟାଣି ନେଇଯାଉଥିଲା । ହେଲେ ସେଠାରେ ଉପସ୍ଥିତ ଅନ୍ଯ ଛାତ୍ର ଓ ଶିକ୍ଷକ ତାକୁ ଏମିତି କରିବାକୁ ବାରଣ କରିବାରୁ ଲିଙ୍କନ, ସେମାନଙ୍କୁ ପିଟିବା ସହ ଗାଳିଗୁଲଜ କରିଥିଲା।​​​​​​​

Also Read: ଭୁବନେଶ୍ୱର ଷ୍ଟେସନରେ ପହଞ୍ଚିଲେନି ମାଆ ଓ ପୁଅ, ଫୋନ୍ ସୁଇଚ୍ ଅଫ୍​​​​​​​

ତେବେ ଖବର ପାଇ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ମଦ୍ୟପ ଯୁବକକୁ ଅଟକ ରଖିବା ସହ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଦେବଗଡ଼ ଆଦର୍ଶ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକକୁ ନିଜ ହେପାଜତରେ ନେବା ସହ ଅଟକ ରଖି ପଚରାଉଚରା କରୁଛି।