କଟକ ୨୭।୦୪ : ମହମ୍ମଦ ମୋକିମ୍ ଏବଂ ସୋଫିଆ ଫିର୍ଦୋଷଙ୍କୁ ଭେଟିଲେ ରାଜ୍ୟସଭା ସାଂସଦ ଦିଲ୍ଲୀପ ରାୟ । ଏହି ଭେଟ୍‌ଘାଟ୍‌ ନେଇ ରାଜ୍ୟ ରାଜନୀତିରେ ପୁଣି ଚର୍ଚ୍ଚା ଜୋର ଧରିଛି । ଉଭୟ ନେତା ଏହି ଭେଟକୁ ସୌଜନ୍ୟମୂଳକ କହୁଛନ୍ତି ।

ସୋମବାର ସକାଳୁ ଦିଲ୍ଲୀପ ରାୟ ମା କଟକ ଚଣ୍ଡୀଙ୍କ ଦର୍ଶନ କରିବା ପରେ ସିଧା ମୋକିମଙ୍କ ବାସଭବନକୁ ଯାଇଥିଲେ। ସେଠାରେ ଦିଲ୍ଲୀପ ରାୟ ମୋକିମ୍ ଓ ସୋଫିଆଙ୍କୁ ଭେଟି ବେଶ୍ କିଛି ସମୟ ଆଲୋଚନା କରିଥିଲେ। ଏହି ସାକ୍ଷାତ ଆଲୋଚନା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଦିଲ୍ଲୀପ କହିଛନ୍ତି,ମତେ ଭୋଟ ଦେଇ ଥିବାରୁ ମୁଁ କେବଳ କୃତଜ୍ଞତା ଜଣାଇବାକୁ ଆସିଥିଲି। ସୋଫିଆ ଓ ମୋକିମ୍ ଭାଇଙ୍କ ସହଯୋଗ ପାଇଁ ମୋର ଵିଜୟ ହେଲା। ତେଣୁ ତାଙ୍କୁ କୃତଜ୍ଞତା ଜଣାଇଵା ମୋର କର୍ତ୍ତବ୍ୟ । ଏହି ଗସ୍ତରେ କୌଣସି ରାଜନୈତିକି ଉଦ୍ଦେଶ୍ୟ ନାହିଁ ।
Also Read:-ନିଲାମ ହେବ ଭାରତର ଶତାବ୍ଦୀର 'ସୁପର କମ୍ପ୍ୟୁଟର', ମହାରାଣୀ ଗାୟତ୍ରୀ ଦେବୀଙ୍କ ସହ ଖାସ୍ କନେକସନ

ସେପଟେ ସେପଟେ ଦିଲ୍ଲୀପ ରାୟଙ୍କ ସହ ସାକ୍ଷାତ ନେଇ ମୋକିମ କହିଛନ୍ତି ଯେ, ଦିଲ୍ଲୀପ ରାୟଙ୍କ ସହିତ ମୋର ସମ୍ପର୍କ ବହୁ ପୁରୁଣା। ଏହା କୌଣସି ରାଜନୈତିକ ଗସ୍ତ ନ ଥିଲା। ଦିଲ୍ଲୀପ ରାୟ ମା କଟକ ଚଣ୍ଡୀଙ୍କ ଦର୍ଶନ ପାଇଁ ଆସିଥିଲେ। ତେଣୁ ଫୋନ କରି ଘରକୁ ଆସିଲେ।