ଦିଗପହଣ୍ଡି ୦୩।୦୬ : ଦିଗପହଣ୍ଡି ସହରରେ ନିଶା ଦ୍ରବ୍ୟ ବିକ୍ରି ଉପରେ ଲାଗିଲା ରୋକ୍। ସହରର ମୁଖ୍ୟରାସ୍ତା କଡ଼ରେ ଦେଶୀ ଓ ବିଦେଶୀ ମଦ ଦୋକାନ ଗୁଡିକୁ ବନ୍ଦ କରିବା ପାଇଁ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ନିର୍ଦ୍ଦେଶ ପରେ ଆକ୍ସନ।

ନୂଆ ବସଷ୍ଟାଣ୍ଡ, ପୁରୁଣା ବସଷ୍ଟାଣ୍ଡ ଏବଂ ପୁଞ୍ଜିକୟାଁ ଛକର ୫ ଶହ ମିଟର ଅବଧି ମଧ୍ୟରେ କୌଣସି ଦେଶୀ ଓ ବିଦେଶୀ ମଦ ସହ ଅନ୍ୟାନ୍ୟ ମାଦକ ଦ୍ରବ୍ୟ ବିକ୍ରୟ କରାଯାଇପାରିବ ନାହିଁ ବୋଲି ନିର୍ଦ୍ଦେଶନାମା ଜାରି ହୋଇଛି। ଏହା ପରେ ସହରରେ ୨୦ରୁ ଉର୍ଦ୍ଧ୍ବ ସ୍ଥାନରେ ବେଆଇନ ମଦ ଦୋକାନ ବନ୍ଦ କରିଲା ପୋଲିସ। ଦିଗପହଣ୍ଡି ପୁଞ୍ଜିକଂୟା ଛକ, ନୂଆ ବସଷ୍ଟାଣ୍ଡ, ପୁରୁଣା ବସଷ୍ଟାଣ୍ଡ ଇଲାକାରେ ଖୁଲମ୍ ଖୁଲା ମଦ ବିକ୍ରି ହେଉଥିଲା।

Also Read:-Skeleton Found : ନିଖୋଜର ଦେଢ଼ ବର୍ଷ ପରେ ମିଳିଲା କଙ୍କାଳ, ୨୦୨୪ରୁ ଥିଲେ ଗାଏବ

ସେହିପରି ନିର୍ଦ୍ଦିଷ୍ଟ ପାନ ଦୋକାନ, ଢ଼ାବା ହୋଟେଲ, ଜଳଖିଆ ଦୋକାନ ଏବଂ ରାସନ ଦୋକାନରେ ଚଢାଉ ହୋଇଛି। କାର୍ଯ୍ୟନିର୍ବାହୀ ଅଧିକାରୀ, ଏନଫୋର୍ସମେଣ୍ଟ ସ୍କ୍ବାଡ ଓ ଦିଗପହଣ୍ଡି ପୋଲିସ ଟିମ୍ ମିଳିତ ଭାବେ ସହରର ବିଭିନ୍ନ ସ୍ଥାନରେ ଅଚାନକ ଚଢ଼ଉ କରିଛି । ଚଢ଼ାଉରେ ବିପୁଳ ପରିମାଣର ଦେଶୀ ମଦ ପାଉଚ୍ ଜବତ କରିବା ସହ ସମ୍ପୃକ୍ତ ୪ ଜଣ ମଦ ବିକ୍ରେତାମାନଙ୍କୁ ଗିରଫ କରଯାଇଛି ।