ମୁମ୍ବାଇ ୨୧।୧୨ : ଥମୁନି ‘ଧୁରନ୍ଧର’ ଜଲ୍‌ଓ୍ୱା । ବକ୍ସ ଅଫିସରେ ମାରୁଜି ବାଜି । ଗୋଟିଏ ପରେ ଗୋଟିଏ ଫିଲ୍ମକୁ ପଛରେ ପକାଇ ଆଗେଇ ଚାଲିଛି ଆଦିତ୍ୟ ଧରଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଧୁରନ୍ଧର’ । ଏବେ ଏବେ ଆସିଥିବା ବକ୍ସ ଅଫିସ କଲେକ୍ସନରେ ‘ଧୁରନ୍ଧର’ ଫିଲ୍ମ ଶାହାରୁଖଙ୍କ ଜଓ୍ୱାନ୍‌ ଏବଂ ଶ୍ରଦ୍ଧା କପୁରଙ୍କ ଫିଲ୍ମ ସ୍ତ୍ରୀ-୨କୁ ପଛରେ ପକାଇଛି ।

​​​​​​​

ବକ୍ସ ଅଫିସରେ ଧୁମ୍‌ ମଚାଉଛି ‘ଧୁରନ୍ଧର’ । ଏବେ ଫିଲ୍ମଟି ଶାହାରୁଖଙ୍କ ଜଓ୍ୱାନ୍‌ ଏବଂ ଶ୍ରଦ୍ଧା କପୁରଙ୍କ ସ୍ତ୍ରୀ-୨କୁ ପଛରେ ପକାଇଛି। ଖୁବଶୀଘ୍ର ୫୦୦ କୋଟି କଲେକ୍ସନ କରିବାରେ ପ୍ରଥମ ଫିଲ୍ମ ସାଜିଛି ଧୁରନ୍ଧର । ମାତ୍ର ୧୫ ଦିନରେ ଧୁରନ୍ଧର ଏହି ରେକର୍ଡ କରିଛି । ପ୍ରଯୋଜକ ସଂସ୍ଥା ଜିଓ ଷ୍ଟୁଡିଓ ପକ୍ଷରୁ ହୋଇଥିବା ଏକ ପୋଷ୍ଟରେ କୁହାଯାଇଛି ଯେ, ଶୁକ୍ରବାର ଦିନ ଏହି ଫିଲ୍ମଟି ୨୩.୭୦ କୋଟି କଲେକ୍ସନ କରିଛି । ଯାହାଫଳରେ ଫିଲ୍ମର ମୋଟ କଲେକ୍ସନ ୧୫ ଦିନରେ ୫୦୦ କୋଟି ପାର୍‌ ହୋଇଛି ।  ଜଓ୍ୱାନ ୧୮ ଦିନରେ ୫୦୮ କୋଟିର ବ୍ୟବସାୟ କରିଥିବା ବେଳେ ସ୍ତ୍ରୀ-୨  ଫିଲ୍ମ ୨୨ ଦିନରେ ୫୦୩ କୋଟିର ବକ୍ସ ଅଫିସ କଲେକ୍ସନ କରିଥିଲା । ତେଣୁ ମାତ୍ର ୧୫ ଦିନରେ ‘ଧୁରନ୍ଧର’ ୫୦୦ କୋଟିର ବ୍ୟବସାୟ କରି ନୂଆ ରେକର୍ଡ ସୃଷ୍ଟି କରିଛି । ସେହିପରି ଗତ ବର୍ଷ ରିଲିଜ୍‌ ହୋଇଥିବା ପୁଷ୍ପା-୨ ନାଁରେ ମଧ୍ୟ ଏକ ରେକର୍ଡ ରହିଛି । ଅଲ୍ଲୁ ଅର୍ଜୁନଙ୍କ ଏହି ଫିଲ୍ମ ମାତ୍ର ୧୧ ଦିନରେ ୫୦୦ କୋଟିର ବ୍ୟବସାୟ କରିଥିଲା।