କଲମ୍ୱୋ: ଟିମ୍ ଇଣ୍ଡିଆର ଯୁବ ବ୍ୟାଟର ଧ୍ରୁବ ଜୁରେଲ୍ ଇତିହାସ ରରିଛନ୍ତି । କଲମ୍ବୋ ଟେଷ୍ଟର ପ୍ରଥମ ଇନିଂସରେ ଏକ ଚମତ୍କାର ଶତକ ହାସଲ କରିଛନ୍ତି । ଜୁରେଲଙ୍କ ଏହି ଶତକ ଐତିହାସିକ କାରଣ ଏହା ଶ୍ରୀଲଙ୍କା ମାଟିରେ ଜଣେ ଭାରତୀୟ ୱିକେଟକିପରଙ୍କ ଦ୍ୱାରା ପ୍ରଥମ ଟେଷ୍ଟ ଶତକ । ଏହା ପୂର୍ବରୁ ୨୦୧୦ରେ ପୂର୍ବତନ ଅଧିନାୟକ ଧୋନିଙ୍କ ଶ୍ରୀଲଙ୍କାରେ ୭୬ ରନ୍ କରିଥିଲେ । ସେପଟେ ଧ୍ରୁବ ଜୁରେଲ୍ ସପ୍ତମ ନମ୍ବରରେ ଖେଳି ଶତକ ହାସଲ କରିଥିଲେ । ଶ୍ରୀଲଙ୍କାରେ ଜଣେ ଭାରତୀୟ ପ୍ରଥମ ଥର ପାଇଁ ଏପରି କରିଛନ୍ତି । ଡାହାଣହାତୀ ବ୍ୟାଟର ୧୭୧ ବଲରେ ଶତକ ପୂରଣ କରିଥିଲେ ।

କଲମ୍ବୋର ଏକ ଭଲ ପିଚ୍ରେ ଜୁରେଲ୍ ସଂଯମତାର ସହିତ ବ୍ୟାଟିଂ କରିଥିଲେ । ପାଡିକ୍କଲଙ୍କ ଆଉଟ୍ ପରେ ସେ କ୍ରିଜକୁ ଆସିଥିଲେ ଏବଂ ସ୍କୋରକୁ ଆଗକୁ ବଢ଼ାଇ ଚାଲିଥିଲେ । କ୍ରିଜରେ ପହଞ୍ଚିବା ମାତ୍ରେ ଜୁରେଲ୍ ଚାପରେ ପଡ଼ିଯାଇଥିଲେ, କାରଣ ତାଙ୍କ ସାଥୀ ବ୍ୟାଟର ରବିନ୍ଦ୍ର ଜାଡେଜା ଏବଂ ସରାଂଶ ଜୈନ୍ ଶୀଘ୍ର ଆଉଟ୍ ହୋଇଥିଲେ । ତଥାପି, ସେ ପରେ ରିଷଭ ପନ୍ତଙ୍କ ସହିତ ମିଶି ଶ୍ରୀଲଙ୍କାକୁ ବୋଲରଙ୍କ ପାଣି ପିଆଇ ଦେଇଥିଲେ । ପନ୍ତ ଏବଂ ଜୁରେଲଙ୍କ ମଧ୍ୟରେ ଏକ ଶତକୀୟ ଭାଗୀଦାରି ହୋଇଥିଲା ।

ଜୁରେଲ ୯୭ ବଲରେ ତାଙ୍କର ଅର୍ଦ୍ଧଶତକ ପୂରଣ କରିଥିଲେ, କିନ୍ତୁ ସେ ସେଠାରେ ପାଳି ଥମି ନଥିଲା । ପନ୍ତଙ୍କ ଆଉଟ୍ ପରେ ମଧ୍ୟ ସେ ଭାରତୀୟ ଇନିଂସକୁ ଏକାକୀ ଆଗକୁ ନେଇଥିଲେ । ସେ ସୁଥାରଙ୍କ ସହିତ ୩୯ ରନ୍ ଯୋଡିଥିଲେ । ଶେଷରେ ଜୁରେଲ ୯ଟି ଚୌକା ସାହାଯ୍ୟରେ ତାଙ୍କର ଶତକ ପୂରଣ କରିଥିଲେ । ଧ୍ରୁବ ଜୁରେଲ ୭ ନମ୍ବରରେ ବ୍ୟାଟିଂ କରି ବିଦେଶରେ ଶତକ ହାସଲ କରିବାରେ ସପ୍ତମ ଭାରତୀୟ ବ୍ୟାଟର ହୋଇଛନ୍ତି । କପିଲ ଦେବ ଏବଂ ରିଷଭ ପନ୍ତ ଦୁଇଥର ଏହି ସଫଳତା ହାସଲ କରିଛନ୍ତି । ଜୁରେଲ ତାଙ୍କ କ୍ୟାରିୟରରେ ପ୍ରଥମ ଥର ପାଇଁ ଏହି ସଫଳତା ହାସଲ କରିଛନ୍ତି । ଶେଷ ଥର ପାଇଁ ଜାଡେଜା ୨୦୨୨ ମସିହାରେ ୭ ନମ୍ବରରେ ବ୍ୟାଟିଂ କରି ବିଦେଶରେ ଶତକ ହାସଲ କରିଥିଲେ ।

Also Read: IND vs SL: ଦ୍ଵିତୀୟ ଦିନରେ ଧ୍ରୁବ ଜୁରେଲଙ୍କ ଦମଦାର ଶତକ, ଭାରତ ୫୦୩/୯ରେ ପାଳି ସମାପ୍ତି ଘୋଷଣା

କଲମ୍ବୋ ଟେଷ୍ଟରେ ଭାରତ ୫୦୩ ରନ କରିଛି । ସ୍କୋର ୫୦୦ ଅତିକ୍ରମ କରିବା ମାତ୍ରେ ଅଧିନାୟକ ଶୁଭମନ ଗିଲ ଇନିଂସ ଘୋଷଣା କରିଥିଲେ । ଜୁରେଲ ୧୭୭ ବଲରୁ ନଅ ଚୌକା ଏବଂ ଦୁଇଟି ଛକା ସହାୟତାରେ ଅପରାଜିତ ୧୧୫ ରନ କରିଥିଲେ । ଶ୍ରୀଲଙ୍କା ପକ୍ଷରୁ ଅସୀଥା ଫର୍ଣ୍ଣାଣ୍ଡୋ ସର୍ବାଧିକ ୪ ୱିକେଟ ନେଇଥିଲେ ।