ମୁମ୍ବାଇ ୨୧।୦୮ : ଚଳିତ ବର୍ଷ ମୋଷ୍ଟ ଆଓ୍ବେଟେଡ ଫିଲ୍ମ ମଧ୍ୟରୁ ଗୋଟିଏ ରାମାୟଣ । ପ୍ରତ୍ୟେକ ଦିନ କିଛି ନା କିଛି ଅପଡେଟ ନେଇ ସାମ୍ନାକୁ ଆସୁଛି । କୁହାଯାଉଛି କି ଏହି ସିନେମା ଭାରତରେ ସବୁଠାରୁ ଅଧିକ ସ୍କ୍ରିନରେ ରିଲିଜ କରାଯିବାକୁ ଯୋଜନା ରଖାଯାଇଛି । ଏବେ ଏହି ସିନେମାକୁ ନେଇ ବାଗେଶ୍ବର ଧାମର ପୀଠାଧିଶ୍ବର ପଣ୍ଡିତ ଧିରେନ୍ଦ୍ର ଶାସ୍ତ୍ରୀ ମୁହଁ ଖୋଲିଛନ୍ତି । ସିନେମାରେ ମୁଖ୍ୟ ଚରିତ୍ର ନିଭାଇଥିବା ଅଭିନେତା ରଣବୀର କପୁରଙ୍କୁ ପରାମର୍ଶ ଦେଇଛନ୍ତି । କହିଛନ୍ତି ଚରିତ୍ରରୁ କେବେ ବିଚ୍ୟୁତ ହେବ ନାହିଁ ।

ଦୀପାବଳୀ ଅବସରରେ ନିର୍ଦ୍ଦେଶକ ନିତେଶ ତିଓ୍ବାରୀଙ୍କ ଫିଲ୍ମ ‘ରାମାୟଣ’ ରିଲିଜ ହେବ । ଏଥିରେ ରଣବୀର କପୁର ଭଗବାନ ରାମଙ୍କ ଭୂମିକାରେ ନଜର ଆସିବେ । ଯେତେବେଳେ ଏହି ଖବର ଆସିଥିଲା କି ରଣବୀର କପୁର ଏଥିରେ ଲିଡ଼ ରୋଲରେ ଅଛନ୍ତି ଏହାପରେ ରଣବୀରଙ୍କୁ ନେଇ ସୋସିଆଲ ମିଡ଼ିଆରେ ଖୁବ୍ ଚର୍ଚ୍ଚା ହୋଇଥିଲା । ଏବେ ବାଗେଶ୍ବର ଧାମର ପୀଠାଧିଶ୍ବର ପଣ୍ଡିତ ଧିରେନ୍ଦ୍ର ଶାସ୍ତ୍ରୀଙ୍କୁ ‘ରାମାୟଣ’ରେ ରଣବୀର କପୁର ଭଗବାନ ରାମଙ୍କ ଚରିତ୍ର ନିଭାଉଥିବା ନେଇ ପ୍ରଶ୍ନ ପଚରାଯାଇଛି । ଏହା ଉପରେ ସେ ରଣବୀରଙ୍କ ଲାଗି କହିଛନ୍ତି କି ଭଗବାନ ରାମଙ୍କ ଚରିତ୍ର ନିଭାଇଛ, ଚରିତ୍ରରୁ କେବେ ବିଚ୍ୟୁତ ହେବ ନାହିଁ ।

ଏହା ସାକ୍ଷାତକାରରେ ଧିରେନ୍ଦ୍ର କହିଛନ୍ତି , ରାମଙ୍କ ଚରିତ୍ରକୁ ନିଭାଇବା ଲାଗି ରାମଙ୍କ ଭଳି ଚରିତ୍ର କରିବାକୁ ହେବ । ଏବେ ପର୍ଯ୍ୟନ୍ତ ଯାହା ହୋଇଛି ତାହା ହୋଇଛି ଏବେ ଏତେ ଧ୍ୟାନ ରଖିବ କି ରାମ ଜୀଙ୍କ ଚରିତ୍ରର ଚିତ୍ରାଙ୍କନ ଯଦି ଆପଣ କରିଛନ୍ତି ଏବେ ତାଙ୍କ ଚରିତ୍ରରୁ ବିଚ୍ୟୁତ ହେବ ନାହିଁ । ନ ହେଲେ ‘ ରାମାୟଣ’ ଯେଉଁ ସିନେମା ନିର୍ମାଣ ହେଉଛି ତାହା ହିଟ୍ ହୋଇଯିବ ହେଲେ ଆପଣ ହିଟ୍ ହୋଇପାରିବେ ନାହିଁ । କାରଣ ମୁଁ ହନୁମାନଜୀଙ୍କ ନାମରେ ପୋଷାକ ପିନ୍ଧିଛୁ। ହନୁମାନଜୀଙ୍କ ନାମରେ ଆଶ୍ରୟ ନେଇଛି ତେଣୁ ମୁଁ ରାବଣ ପରିବାରର କାମ କରିପାରିବି ନାହିଁ ।

ଏହି ସମୟରେ ଧିରେନ୍ଦ୍ର ଶାସ୍ତ୍ରୀ ରାମାନନ୍ଦ ସାଗରଙ୍କ ‘ରାମାୟଣ’ରେ ଭଗବାନ ରାମଙ୍କ ଚରିତ୍ରରେ ଅଭିନୟ କରି ସାରିଥିବା ଅଋଣ ଗୋଭିଲଙ୍କ ସହ ଯୋଡ଼ି ହୋଇଥିବା ଏକ ଘଟଣାର ଉଦାହରଣ ଦେଇଛନ୍ତି । ଥରେ ଅଋଣ ଗୋଭିଲ କହିଥିଲେ କି ରାମାନନ୍ଦ ସାଗରଙ୍କ ‘ରାମାୟଣ’ରେ ଭଗବାନ ରାମଙ୍କ ଚରିତ୍ର ନିଭାଇବା ଫଳରେ ଲୋକ ତାଙ୍କ ବହୁ ଇଜ୍ଜତ କରିବାକୁ ଲାଗିଥିଲେ । ଗୋଟିଏ ଫିଲ୍ମ ସୁଟିଂ ସମୟରେ ଏକ ଫ୍ୟାନ୍ସ ତାଙ୍କୁ ସିଗାରେଟ୍ ପିଉଥିବାର ଦେଖି ନେଇଥିଲେ ଏବଂ ଏହା ଉପରେ ବହୁ ରାଗି ଯାଇଥିଲେ । ଏହାପରେ ଅଋଣ ଗୋଭିଲ ସବୁଦିନ ଲାଗି ସ୍ମୋକିଂ ଛାଡ଼ି ଦେଇଥିଲେ । ଏହି ଘଟଣାର ଉଦାହରଣ ଦେଇ ଧିରେନ୍ଦ୍ର ଶାସ୍ତ୍ରୀ କହିଛନ୍ତି । ଏଥିରୁ ଶିଖାଯାଇପାରେ କି ଯଦି ଆପଣ କାଲି ଯାଏ ଭୁଲ୍ କରିଛନ୍ତି ତେବେ ଏବେଠାରୁ କର ନାହିଁ । କାରଣ ଆପଣ ରାମଙ୍କ ଚରିତ୍ରକୁ ଜୀବନରେ ଆଣିଛନ୍ତି ।

ଧିରେନ୍ଦ୍ର ଶାସ୍ତ୍ରୀ ଏହା ବି କହିଛନ୍ତି କି, ମୁଁ ରଣବୀରଙ୍କୁ ଏହା କହିବି କି ଏବେ ‘ରାମାୟଣ’ ପରେ ବହୁତ ସମ୍ଭାଳିକି ରହିବ । ଆପଣ ବହୁତ ବଡ଼ କାର୍ଯ୍ୟ ତ କରିନେଲେ । ଏବେ ଏହାଠାରୁ ବଡ଼ କାର୍ଯ୍ୟ ବାକି ରହିଛି । ଯେଭଳି ଗାଡ଼ି କିଣୁଛନ୍ତି ଏବଂ ଗାଡ଼ିକୁ ଚଳାଇବା ବହୁତ କଠିନ ଅଟେ । ଏଭଳି ସ୍ଥଳେ ସେ ‘ରାମାୟଣ’ ତ ନିର୍ମାଣ କରିଦେଲେ । ଏବେ ଭଗବାନ ରାମଙ୍କ ଚରିତ୍ରକୁ ଜୀବନରେ ଆଣିବାକୁ ବହୁତ କଠିନ ଅଟେ ।