ଭୁବନେଶ୍ବର ୧୬।୧୦: ଭୁବନେଶ୍ବରରେ ପୁଣି ହିଟ୍ ଆଣ୍ଡ ରନ୍ । ନୟାପଲ୍ଲୀ ଅଞ୍ଚଳରେ କଳା କାର୍ ଧକ୍କାରେ ଜଣେ ଗୁରୁତର । ଗୁରୁତର ହେଲେ ବିଭୂତି ଭୂଷଣ ଚୌହାଣୀ । ମିଠା କିଣି ରାସ୍ତା ପାର୍ ହେଉଥିବା ବେଳେ ଧକ୍କା ଦେଇ ଫେରାର ହୋଇଯାଇଛି କଳା କାର୍ ।

ଦୁର୍ଘଟଣାର ସିସିଟିଭି ଫୁଟେଜ୍ ଏବେ ସାମ୍ନାକୁ ଆସିଛି । ଏନେଇ ସ୍ଥାନୀୟ ନୟାପଲ୍ଲୀ ଥାନାରେ ଅଭିଯୋଗ ହୋଇଛି । ଦୁର୍ଘଟଣା ଘଟାଇଥିବା କାର୍ ଚାଳକ କିଏ, କେଉଁଠି ଅଛନ୍ତି, ତାଙ୍କୁ ପୋଲିସ ଠାବ କରିଛି କି ନାହିଁ, ସେନେଇ ଏଯାଏଁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଅନ୍ୟପଟେ, ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।

Also Read:- ଓଡ଼ିଶାରେ କାର୍ଯ୍ୟକାଳ ଶେଷ, ପରିବାର ସହ ବିଦାୟ ନେଲେ ହରିବାବୁ କମ୍ଭମପାଟି

ହିଟ୍ ଆଣ୍ଡ ରନ୍ ନେଇ ପ୍ରତିକ୍ରିୟା ରଖିଛନ୍ତି ପୋଲିସ ଡିଜି । ହିଟ୍ ଆଣ୍ଡ ରନ୍‌ର ମୁଖ୍ୟ କାରଣ ହେଉଛି ମଦ । ମଦ୍ୟପାନ ଯୋଗୁ ଏଭଳି ଘଟଣା ବାରମ୍ବାର ଘଟୁଛି । ଆମେ ଲୋକଙ୍କୁ ସଚେତନ କରୁଛୁ । ଲାଇସେନ୍ସ ଯେଉଁମାନେ ପାଉଛନ୍ତି ସେମାନେ ଦାୟିତ୍ଵର ସହ ଗାଡି ଚଳାଇବା କଥା । ଗତ ଦୁଇ ବର୍ଷ ହେଲା ଆମେ ଏନଫୋର୍ସମେଣ୍ଟ ବଢାଇଛୁ । ଅମାନିଆଙ୍କ ଲାଇସେନ୍ସ ରଦ୍ଦ ପାଇଁ ପରିବହନ ବିଭାଗକୁ ବି ରିପୋର୍ଟ ଦିଆଯାଉଛି ବୋଲି ଡିଜିପି କହିଛନ୍ତି ।

Watch Video: