Kotak Mahindra Bank fraud caseକୋଟାକ ମହିନ୍ଦ୍ରା ବ୍ୟାଙ୍କର ଉପାଧ୍ୟକ୍ଷଙ୍କ ବିରୁଦ୍ଧରେ ୧୫୦ କୋଟି ଟଙ୍କାରୁ ଅଧିକ ଅର୍ଥ ହେର୍ଫେର୍ ମାମଲା ସାମ୍ନାକୁ ଆସିବା ପରେ ବ୍ୟାଙ୍କ ଟଙ୍କା ଫେରାଇବାକୁ ରାଜି ହୋଇଛି। ହରିଆଣାର ପଞ୍ଚକୁଲା ନଗର ନିଗମର ଏହି ଟଙ୍କା ଫେରସ୍ତ ହୋଇଥିଲା। ବ୍ୟାଙ୍କ ସମୋବାର ନଗରନିଗମକୁ ୧୨୭ କୋଟି ଟଙ୍କା ଦେବାକୁ ରାଜି ହୋଇଛି।

ଏହି ମାମଲାରେ ରାଜ୍ୟ ସତର୍କତା ଏବଂ ଦୁର୍ନୀତି ନିବାରଣ ବ୍ୟୁରୋ (SV&ACB) ସୋମବାର ପଞ୍ଚକୁଲା କୋର୍ଟରେ ଏକ ଦଲିଲ ଦାଖଲ କରିଥିଲେ। ପ୍ରାଥମିକ ତଦନ୍ତରେ ବ୍ୟାଙ୍କର ଉପ-ଉପ-ସଭାପତି ପୁଷ୍ପେନ୍ଦର ସିଂହଙ୍କ ମୁଖ୍ୟ ଅଭିଯୁକ୍ତ ବୋଲି ଜଣାପଡ଼ିଥିବା ଏହି ଦଲିଲରେ କୁହାଯାଇଛି। ଠକେଇ ହୋଇଥିବା ପଞ୍ଚକୁଲାର ସେକ୍ଟର ୧୧ ଶାଖାରେ ପୁଷ୍ପେନ୍ଦ୍ର ଶାଖା ପରିଚାଳକ ଥିଲେ। ଘଟଣା ଜଣାପଡ଼ିବା ପରେ ପୁଷ୍ପେନ୍ଦ୍ର ସିଂହ ଫେରାର ହୋଇଯାଇଛନ୍ତି।

ପୁଷ୍ପେନ୍ଦ୍ରଙ୍କୁ ଗିରଫ କରିବା ପାଇଁ ବ୍ୟାଙ୍କର ରିଲେସନସିପ୍ ମ୍ୟାନେଜର ଦିଲୀପ କୁମାର ରାଘବ ତଦନ୍ତକାରୀ ସଂସ୍ଥାକୁ ସହଯୋଗ କରିବେ ବୋଲି କହିଛନ୍ତି। କାରଣ ଦିଲ୍ଲୀପ ପୁଷ୍ପେନ୍ଦରଙ୍କ ଠିକଣା ଜାଣିଛନ୍ତି ବୋଲି ସେ କହିଛନ୍ତି। କେବଳ ସେତିକି ନୁହେଁ, ଠକେଇ ବିଷୟରେ ସେ ପ୍ରାସଙ୍ଗିକ ସୂଚନା ଦେଇପାରିବେ ବୋଲି ତଦନ୍ତକାରୀ ଅଫିସରଙ୍କୁ ସୂଚନା ଦେଇଛନ୍ତି।

ଏହି ମାମଲାରେ ତଦନ୍ତକାରୀ ଏଜେନ୍ସି ରାଘବ କୁମାରଙ୍କୁ ତାଙ୍କ କାର୍ଯ୍ୟାଳୟକୁ ନେଇ ଜେରା କରିଥିଲେ। ଏହି ସମୟରେ ପଞ୍ଚକୁଲା ନଗର ନିଗମ ଅଧିକାରୀମାନେ ତାଙ୍କୁ ଚିହ୍ନିପାରିଥିଲେ। ଏଇ ସେହି ବ୍ୟକ୍ତି ଯିଏ ଭୁଲ ସୂଚନା ସହିତ ସେମାନଙ୍କର ସ୍ଥାୟୀ ଜମା (FD) ବିବରଣୀରେ ଇମେଲ୍ ପଠାଉଥିଲେ ବୋଲି ନଗର ନିଗମ କର୍ମଚାରୀ ଚିହ୍ନିପାରି ଥିଲେ ବୋଲି SV&ACB ତା ଦଲିଲରେ ଦର୍ଶାଇଛି। ଏହି ମାମଲାରେ ରାଘବଙ୍କୁ ମାର୍ଚ୍ଚ ୨୫ ତାରିଖରେ ଗିରଫ କରାଯାଇ ସାରିଛି।

Also read- ସୁପ୍ରିମକୋର୍ଟରେ ପହଞ୍ଚିଲା ‘ଦେବାଳିଆ କମ୍ପାନୀ’ ଅଧିଗ୍ରହଣ ଲଢ଼େଇ, ଆଦାନୀ ଗ୍ରୁପ୍‌ର ଡିଲକୁ ବେଦାନ୍ତର ଚ୍ୟାଲେଞ୍ଜ

ବ୍ୟାଙ୍କ ସୋମବାର ଟଙ୍କା ଫେରାଇବାକୁ ରାଜି ହେବା ସହ ନଗର ନିଗମକୁ ୧୨୭ କୋଟି ଟଙ୍କା ଫେରସ୍ତ କରି ସାରିଛି। ହେଲେ ତଥାପି ନଗର ନିଗମ ବିଭାଗର ଜଣେ ଉଚ୍ଚ ଅଧିକାରୀ କହିଛନ୍ତି, ବ୍ୟାଙ୍କ କେବଳ ମୂଳ ରାଶି ଫେରସ୍ତ କରିଛି, ସେମାନଙ୍କର କ୍ଷତି ଏହା ଠାରୁ ଅଧିକ ରହିଛି।

ଏନେଇ ବ୍ୟାଙ୍କର ପ୍ରବକ୍ତା କହିଛନ୍ତି ଯେ ଏହି ମାମଲାରେ କିଛି ସମସ୍ୟା ରହିଛି। ଏନେଇ ତଦନ୍ତ ଜାରି ରହିଛି। ବ୍ୟାଙ୍କ ଏହି ସରକାରୀ ସଂସ୍ଥା ସହ ମିଶି ଦୀର୍ଘଦିନ ହେଲା କାମ କରୁଥିବାରୁ ବ୍ୟାଙ୍କ ସଂସ୍ଥାକୁ ୧୨୭ କୋଟି ଫେରାଇ ଦେଇଛି। ତେବେ ମାମଲାରେ ତଦନ୍ତ ଜାରି ରହିଛି ବୋଲି ସେ କହିଛନ୍ତି।

ଠକେଇ ମାମଲାର ହୋଇଥିବା ଏଫଆଇଆର ଅନୁଯାୟୀ, ଏମ୍ସି ପଞ୍ଚକୁଲାରେ ଥିବା ବ୍ୟାଙ୍କର ସେକ୍ଟର ୧୧ ଶାଖାରେ ୧୪୫.୦୩ କୋଟି ଟଙ୍କାର ୧୬ଟି ଏଫଡି କରିଥିଲା। ଯାହାର ମ୍ୟାଚ୍ୟୁରିଟି ଭାଲ୍ୟୁ ୧୫୮.୦୨ କୋଟି ଟଙ୍କା ଥିଲା। ୧୬ଟି ଏଫଡି ମଧ୍ୟରୁ ୫୯.୫୮ କୋଟି ଟଙ୍କା ମୂଲ୍ୟର ୧୧ଟି ଏଫ୍‌ଡି ଫେବୃଆରୀ ୧୬ ତାରିଖରେ ମ୍ୟାଚ୍ୟୁଅର ହୋଇଥିଲା।  

ଏହାପରେ ନଗରନିଗମ ପକ୍ଷରୁ ଯେତେବେଳେ ଏନେଇ ବ୍ୟାଙ୍କ ସହିତ ଯୋଗାଯୋଗ କରାଯାଇଥିଲା ସେତେବେଳେ ଅଧିକାରୀମାନେ ଆଶ୍ଚର୍ଯ୍ୟକର କଥା କହିଥିଲେ। ତାଙ୍କ ତଥ୍ୟ ବ୍ୟାଙ୍କ ସହ ମେଳ ଖାଉ ନାହିଁ ବୋଲି କହିଥିଲେ। ଏହାପରେ ନଗର ନିଗମ ପକ୍ଷରୁ ମାମଲା କରାଯିବ ପରେ ଏନେଇ ତଦନ୍ତ ଜାରି ରହିଛି।