ପୁରୀ ୧୦।୭:ବରିଷ୍ଠ ସାମ୍ବାଦିକ ପୂର୍ଣ୍ଣେନ୍ଦୁ ପଟ୍ଟନାୟକଙ୍କ ପରଲୋକ । ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇଭୁବନେଶ୍ୱରର ଏକ ହସ୍ପିଟାଲରେଚିକିତ୍ସିତ ହେଉଥିଲେ । ମସ୍ତିଷ୍କରେ ରକ୍ତଜମାଟ ବାନ୍ଧିବାରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିଯାଇଥିଲା । ଫଳରେ ଶୁକ୍ରବାର ସକାଳେ ତାଙ୍କ ବିୟୋଗ ହୋଇଥିବା ଡାକ୍ତର ଘୋଷଣା କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୫୩ ବର୍ଷ ବୟସ ହୋଇଥିଲା ।

ପୁରୀ ସ୍ବର୍ଗଦ୍ବାରରେ ପୂର୍ଣ୍ଣେନ୍ଦୁ ପଟ୍ଟନାୟକଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ମୁଖାଗ୍ନି ଦେଲେ ପୁଅ ଆଦି ବିନାୟକ ପଟ୍ଟନାୟକ । ଶୋକାକୁଳ ପରିବେଶ ମଧ୍ୟରେ ସମ୍ପନ୍ନ ହେଲା ପୂର୍ଣ୍ଣେନ୍ଦୁଙ୍କ ଶେଷକୃତ୍ୟ । ପୂର୍ଣ୍ଣେନ୍ଦୁଙ୍କ ଶେଷକୃତ୍ୟ ସମୟରେ ବହୁ ବରିଷ୍ଠ ସାମ୍ବାଦିକ, ବୁଦ୍ଧିଜୀବୀ ଏବଂ ବନ୍ଧୁ ପରିଜନ ଉପସ୍ଥିତ ଥିଲେ ।