ନୂଆଦିଲ୍ଲୀ, ୧୭।୧୧ : ଦିଲ୍ଲୀରେ ପୁଣି ଭୁଶୁଡି ଗଲା ବିଲ୍ଡିଂ । ଲଗାତାର ଭାବେ ଗୋଟିଏ ପରେ ଗୋଟିଏ ସମାନ ଘଟଣା ସାମ୍ନାକୁ ଆସୁଛି । ମଙ୍ଗଳବାର ସକାଳେ କସ୍ତୁରବା ନଗରରେ ଏକ ଘରର ଛାତ ଭାଙ୍ଗିଯାଇଥିବା ସୂଚନା ମିଳିଛି । ଏହାର ଭଗ୍ନାବଶେଷ ତଳେ ୬ରୁ ଅଧିକ ବ୍ୟକ୍ତି ଫସି ରହିଥିବା ସନ୍ଦେହ କରାଯାଉଛି ।

ଅଘଟଣର ଖବର ପାଇବା ପରେ ତୁରନ୍ତ ଦିଲ୍ଲୀ ଅଗ୍ନିଶମ ଟିମ୍ ଘଟଣାସ୍ଥଳରେ ପହଁଚିଥିଲେ । ସ୍ଥାନୀୟ ପୋଲିସ ଏବଂ ଉଦ୍ଧାରକାରୀ ଟିମ୍ ମଧ୍ୟ ଭଗ୍ନାବଶେଷ ହଟାଇ ଘର ଭିତରେ ପସିବାକୁ ଉଦ୍ୟମ କରୁଛନ୍ତି । କିପରି ଫସି ରହିଥିବା ବ୍ୟକ୍ତିଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯିବ ସେନେଇ ଅଭିଯାନ ଜାରି ରହିଛି ।

ଉଦ୍ଧାର କରାଯିବା ପରେ ଆହତଙ୍କୁ ହସ୍ପିଟାଲ ନେବା ପାଇଁ ଏକାଧିକ ଆମ୍ବୁଲାନ୍ସ ମଧ୍ୟ ଉପସ୍ଥିତ ରହିଛି । ଉଗ୍ନାବଶେଷ ତଳୁ ଉଦ୍ଧାର ପରେ ସେମାନଙ୍କୁ ତୁରନ୍ତ ହସ୍ପିଟାଲ ନିଆଯିବ ବୋଲି ସ୍ଥାନୀ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।

Also Read :-ବହି ଲେଖିବାକୁ କିଏ ଦେଲା ପ୍ରେରଣା ? କେମିତି ଆରମ୍ଭ ହେଲା ଲେଖା ? ଅନେକ ଅକୁହା କଥା କହିଲେ ସୋନିଆ

ସୂଚନାଯୋଗ୍ୟ, ଗତସପ୍ତାହରେ ମଧ୍ୟ ଦିଲ୍ଲୀରେ ଏକ ନିର୍ମାଣାଧିନ କୋଠା ଭୁଶୁଡି ପଡିଥିଲା । ଏଥିରେ ଚାପି ହୋଇ ଅନେକ ଶ୍ରମିକ ଆହତ ହୋଇଥିଲେ ।