ନୂଆଦିଲ୍ଲୀ, ୦୨। ୦୮ : ଭୂମିକମ୍ପରେ ଥରିଛି ଦିଲ୍ଲୀ । ଲାଗିଲା ଜୋରଦାର ଝଟକା । ଜାତୀୟ ରାଜଧାନୀ ଦିଲ୍ଲୀରେ ରବିବାର ଭୂମିକମ୍ପର ଝଟକା ଲାଗିଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୨.୯ ବୋଲି ଜଣା ପଡିଛି ।

ରାଷ୍ଟ୍ରୀୟ ଭୂମିକମ୍ପ ବିଜ୍ଞାନ କେନ୍ଦ୍ରର ରିପୋର୍ଟ ଅନୁସାରେ, ଅଗଷ୍ଟ ୨ ତାରିଖ ଭୋର୍ ୪ଟା ୧୪ ମିନିଟରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ଉତ୍ତର ଭାଗରେ ଥିବା ଜିଲ୍ଲାର ଅନେକ ସ୍ଥାନରେ ଲୋକେ ଝଟକା ଅନୁଭବ କରିଛନ୍ତି । ଭୂପୃଷ୍ଠରୁ ମାତ୍ର ୮ କିଲୋମିଟର ଦୂରରେ ଏହାର କେନ୍ଦ୍ରସ୍ଥଳୀ ରହିଛି ।

Also Read :- ରାଜପଥରେ AI କ୍ୟାମେରାର କଡ଼ା ନଜର; ନିୟମ ଭାଙ୍ଗିଲେ କଟିଯିବ ଇ-ଚାଲାଣ

ଯେଉଁ ଭୂମିକମ୍ପର କେନ୍ଦ୍ର ଭୂପୃଷ୍ଠରୁ କମ୍ ଗଭୀରତାରେ ରହିଥାଏ ସେଥିରେ କମ୍ ତୀବ୍ରତା ଦେଖାଦିଏ । କିନ୍ତୁ ଲୋକେ ଏହାର ଝଟକାକୁ ଅନୁଭବ କରିପାରିବେ । ଏଥିରେ କୌଣସି ବଡ଼ ଧରଣର କ୍ଷୟକ୍ଷତି ହେବା ସମ୍ଭାବନା ଖୁବ୍ କମ୍ ।

ଏହାପୂର୍ବରୁ ଜୁନରେ ମଧ୍ୟ ଭୂମିକମ୍ପର ଝଟକା ଲାଗିଥିଲା । ଜୁନ ୨୭ ତାରିଖରେ ଦିଲ୍ଲୀ-ଏନସିଆର ଅଞ୍ଚଳରେ ଲୋକେ ଝଟକା ଅନୁଭବ କରିଥିଲେ । ସେତେବେଳେ ଏହାର ତୀବ୍ରତା ୬.୨ ରହିଥିଲା । ଯାହାର କେନ୍ଦ୍ରସ୍ଥଳୀ ଆଫଗାନିସ୍ତାନ ରହିଥିଲା ।