ନୂଆଦିଲ୍ଲୀ: ଆଇପିଏଲ୍ ମାହୀ କ୍ରେଜ୍ । କାହାକୁ ନାହିଁ ଅଛପା । ମୈଦାନରେ ଚାଲେ ତାଙ୍କର କ୍ରିକେଟ କ୍ଲାସ । ମ୍ୟାଚ୍ ପୂର୍ବରୁ ଓ ପରେ ଥାଲ୍ଲା ପାଲଟିଯାଇଛନ୍ତି ଗୁରୁ । ବ୍ୟାଟିଂ, କିପିଂ, ବୋଲିଂର ସବୁ ଦିଆଯାଏ ଟ୍ରେନିଂ । ଜୁନିୟର ଖେଳାଳିଙ୍କ ସହ ତାଙ୍କର ବଣ୍ଡିଂ ଭାରି ବଢିଆ । ବିଶେଷ କରି ପୂର୍ବତନ ସିଏସ୍କେ ପ୍ଲେୟାର ଦୀପକ ଚହରଙ୍କ ସହ ତାଙ୍କ କେମେଷ୍ଟ୍ରି ଭାରୀ ଜମେ । ଦୀପକ ଏବେ ସିଏସ୍କେ ଛାଡି ଖେଳୁଛନ୍ତି ମୁମ୍ୱାଇରେ । କିନ୍ତୁ ଉଭୟଙ୍କ ମଧ୍ୟରେ ସେମିତି ଚାଲେ ମଜା ମସ୍ତି ।

ଅନେକ ବାର ଉଭୟଙ୍କର ଭିଡିଓ ବି ଭାଇରାଲ୍ ହୁଏ । ଏବେ ବେ ସେମିତି ଗୋଟିଏ ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ପୁଣିଥରେ ଏକାଠି ନଜର ଆସିଛନ୍ତି ମାହୀ ଓ ଚହର । ଆଉ ଏହି ସମୟରେ ଚହର କେବଳ ଧୋନୀଙ୍କୁ ଭେଟିନଥିଲେ ତ ଧୋନୀଙ୍କ ପାଦ ଛୁଇଁବାକୁ ପଛାଇ ନଥିଲେ । ଫ୍ୟାନ୍ସ ବି ଉଭୟଙ୍କୁ ଦେଖି ବେଶ୍ ଖୁସି ପ୍ରକଟ କରୁଛନ୍ତି । ଭିଡିଓ ଭାଇରାଲ ପରେ ଅନେକ ରିଆକ୍ସନ ଦେଖିବାକୁ ମିଳିଛି । ଲୋକେ ରିଆକ୍ସନ ଦେଉନାହାଁନ୍ତି ଧୋନୀ ବି ନିଜେ ଖୁବ୍ ହସୁଛନ୍ତି ଏହି ଭିଡିଓରେ ।

 

କହିବାକୁ ଗଲେ ଗୁରୁବାର ଖେଳାଯିବ ଚେନ୍ନାଇ-ମୁମ୍ୱାଇ ମ୍ୟାଚ୍ । ଏହା ପୂର୍ବରୁ ନେଟ୍ସରେ ଦୁଇ ଦଳ ଧୂମ୍ ପ୍ରାକ୍ଟିସ୍ କରିଛନ୍ତି । ଏମିତି ଅଭ୍ୟାସ କରୁଥିଲେ କ୍ୟାପଟେନ୍ କୁଲ୍ । ହଠାତ୍ ଧାଇଁ ଆସିଥିଲେ ଚେନ୍ନାଇର ପୂର୍ବତନ ଧୂରନ୍ଧର ଚହର । ଧୋନୀ ତାଙ୍କୁ ଦେଖିବା ପରେ ସଂଗେ ସଂଗେ ଆଶ୍ଚର୍ଯ୍ୟ ହୋଇପଡିଥିଲେ । କହିଥିଲେ ତୁ ଆୟା ତେରେ ସାଥ କ୍ୟାମେରାମ୍ୟାନ୍ ଲାୟା । ଭଗାଓ ଇସେ । ଏହାର ଉତ୍ତରରେ ଚହର କହିଥିଲେ ୟାର ତୁମ ଚଲେ ଜୟୋ । ଧୋରୀ ପରେ ହସିଥିଲେ କି ଯଦି କ୍ୟାମେରା ରହିବ ତାହାଲେ ଆମେ କଥା ହେବା କେମିତି । ପରେ ଦୀପକ ଚହର ଓ ଧୋନୀଙ୍କ ମଧ୍ୟରେ କିଛି କିଛି ସମୟ କଥାବାର୍ତ୍ତା ହୋଇଥିଲା । ଚହର ବି ଧୋନୀଙ୍କ ପାଦ ଛୁଇଁବାକୁ ପଛାଇ ନଥିଲେ ।

ମୁମ୍ୱାଇ ବିପକ୍ଷରେ ଖେଳିବେ କି ଧୋନୀ ?

ରିପୋର୍ଟ ଅନୁଯାୟୀ, ସିଏସକେ ମ୍ୟାନେଜମେଣ୍ଟ ଧୋନିଙ୍କ ପ୍ରତ୍ୟାବର୍ତ୍ତନ ନିଷ୍ପତ୍ତି ମାହିଙ୍କ ଉପରେ ଛାଡି ଦେଇଛି । ଏହି ଘଟଣା ସହିତ ଜଡିତ ଏକ ସୂତ୍ର କହିଛି ଯେ ଧୋନି ଏପର୍ଯ୍ୟନ୍ତ ନିଶ୍ଚିତ କରିନାହାଁନ୍ତି ଯେ ସେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଖେଳିବାକୁ ପ୍ରସ୍ତୁତ କି ନାହିଁ । ସୂତ୍ର ଆହୁରି କହିଛି ଯେ ଖେଳିବେ କି ନାହିଁ ସେ ନିଷ୍ପତ୍ତି ସମ୍ପୂର୍ଣ୍ଣ ଧୋନିଙ୍କର ହେବ । ସମ୍ଭବତଃ ସେ ତାଙ୍କ ପ୍ରତ୍ୟାବର୍ତ୍ତନକୁ ସ୍ଥଗିତ ରଖି ଚେନ୍ନାଇରେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଖେଳିପାରନ୍ତି ।

Also Read...Restaurant Controversy: ଋଣଗ୍ରସ୍ତ ହେବା ପରେ 'ଓ୍ୱାନ୍୮ କମ୍ୟୁନ୍' ବନ୍ଦ, ରେଷ୍ଟୁରାଣ୍ଟ ସହିତ ସମ୍ପର୍କ ତୁଟାଇଲେ ଖେଳାଳି

ଏହି ଘଟଣା ସହିତ ଜଡିତ ଏକ ସୂତ୍ର ଆହୁରି କହିଛି, ସିଏସକେ ମ୍ୟାନେଜମେଣ୍ଟ ଧୋନିଙ୍କୁ ଅପେକ୍ଷା କରିଛି ଯେ ସେ କେବେ ଖେଳିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହେବେ ତାହା କହିବେ। ଏହି ନିଷ୍ପତ୍ତି ସମ୍ପୂର୍ଣ୍ଣ ଭାବରେ ତାଙ୍କର ଏବଂ ତାଙ୍କର । ଯଦି ସେ ଭାବନ୍ତି ଯେ ସେ ମୁମ୍ବାଇରେ ଖେଳିପାରିବେ, କିମ୍ବା ୨୬ ତାରିଖରେ ଚେନ୍ନାଇରେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଖେଳିପାରିବେ, ତେବେ ସେହି ନିଷ୍ପତ୍ତି ତାଙ୍କର ହେବ । ଯଦିଓ ସେ ମଙ୍ଗଳବାର ୱାଙ୍ଖେଡେ ଷ୍ଟାଡିୟମରେ ୱିକେଟ୍ କିପିଂ ଏବଂ ନେଟ୍ସରେ ବ୍ୟାଟିଂ କରିଥିଲେ । କିନ୍ତୁ ସେ ଏପର୍ଯ୍ୟନ୍ତ ସିଏସକେ ମ୍ୟାନେଜମେଣ୍ଟକୁ ଜଣାଇ ନାହାଁନ୍ତି ଯେ ସେ କେବେ ପଡ଼ିଆକୁ ଓହ୍ଲାଇବେ।