ନୂଆଦିଲ୍ଲୀ ୦୭।୦୩ : ଚମତ୍କାର । ବିଶ୍ୱାସ ନହେଲେ ବି ସତ । ପୋଖରୀରେ ବୁଡ଼ିଯାଇଥିଲା ଏକ ଶିଶୁ । ପୋଖରୀରୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଗଲା । ହେଲେ ସେଠାରେ ଡାକ୍ତର ଉକ୍ତ ଶିଶୁଟିକୁ ମୃତ ଘୋଷଣା କରିଥିଲେ । ହେଲେ ୫ ଘଣ୍ଟା ପରେ ଏମିତି କିଛି ଘଟିଲା । ଯାହାକୁ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ । ଆଉ କହୁଛନ୍ତି କି ଏହା ଚମତ୍କାର ଠାରୁ କମ୍‌ ନୁହେଁ ।

ଏ ଖବର ବି ପଢନ୍ତୁ:-ସେ ସିଇସି ହୋଇନଥିଲେ, ତାଙ୍କ ଆଙ୍ଗୁଠି କାଟି ଦେଇଥାନ୍ତି...ଟିଏମସି ସାଂସଦଙ୍କ ବିବାଦୀୟ ମନ୍ତବ୍ୟ

ଖବର ଅନୁଯାୟୀ, ଫେବୃଆରୀ ୮ ତାରିଖରେ ଆରିଜୋନାର ଗିଲବର୍ଗର ଏକ ସ୍ୱିମିଂ ପୁଲ୍‌ରେ ଏକ ଛୋଟ ପିଲାଟି ବୁଡ଼ିବା ଖବର ଆସିଥିଲେ । ଏହାପରେ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପିଲାଟିକୁ ଉଦ୍ଧାର କରିଥିଲା । କିନ୍ତୁ ପିଲାଟି ଅଚେତ ହୋଇପଡିଥିଲା । ଏହାପରେ ତୁରନ୍ତ ତାଙ୍କୁ ସିପିଆର ଦିଆଯାଇଥିଲା ଏବଂ ଶୀଘ୍ର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମେଡିକାଲର ଭର୍ତ୍ତି ହେବାର କିଛି ସମୟ ପରେ ଡାକ୍ତର ଉକ୍ତ ଶିଶୁଟିକୁ ମୃତ ଘୋଷଣା କରିଥିଲେ ।

ଏ ଖବର ବି ପଢନ୍ତୁ:- ମହାନଦୀରେ ଭାସୁଥିଲା ମୃତଦେହ, ଶନିବାରଠୁ ଥିଲେ ନିଖୋଜ

ସେପଟେ ଶିଶୁ ମୃତ୍ୟୁର ୫ ଘଣ୍ଟା ପରେ ଆସିଲା ଚମତ୍କାର ଖବର । ହଠାତ୍‌ ଶିଶୁଟି ନିଶ୍ୱାସ ନେଉଥିବାର ଜଣାପଡିଥିଲା । ଯାହାପରେ ପରିବାର ଲୋକ ତୁରନ୍ତ ଆଉ ଏକ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତରମାନେ ଉକ୍ତ ଶିଶୁଟିର ଚିକିତ୍ସା ଆରମ୍ଭ କରିଥିଲେ। ଡାକ୍ତରଙ୍କ ଚିକିତ୍ସାରେ ଶିଶୁଟି ଜୀବନ୍ତ ଥିବା ଜଣାପଡିଛି ।

ଅନ୍ୟପଟେ ଏପରି ଚମତ୍କାର ଖବର ଶୁଣି ପୁରା ସହରରେ ଚାଞ୍ଚଲ୍ୟ ଖେଳିଯାଇଛି । ଚିକିତ୍ସା ସମୟରେ ଡାକ୍ତରଙ୍କ ଭୁଲ ନା କୌଣସି ଚମତ୍କାର ପାଇଁ ଏପରି ଘଟିଛି । ପୋଲିସ ତଦନ୍ତରେ ସମସ୍ତ ତଥ୍ୟ ସାମ୍ନାକୁ ଆସିବ ବୋଲି ସ୍ଥାନୀୟ ଲୋକେ ଓ ପରିବାର ଆଶା ରଖିଛନ୍ତି ।

ଏ ଖବର ବି ପଢନ୍ତୁ:-ପରମାଣୁ ପରୀକ୍ଷଣ କଲା କି ଇରାନ୍ ? ଲଗାତାର ମାଟି ଥରିବା ପରେ ଆମେରିକାରେ ବଡ଼ ହଲଚଲ