ଚୌଦ୍ୱାର ୦୪/୧୨: ବିରୂପା ନଦୀରୁ ମିଳିଲା ମୃତଦେହ । ନିଖୋଜ ଉଦିତ ସାହୁଙ୍କ ମୃତଦେହ ଉଦ୍ଧାର । ଅଗ୍ନିଶମ ଟିମ୍ ଦ୍ବାରା ମୃତଦେହ ଉଦ୍ଧାର । କାଲି ଭାରସାମ୍ୟ ହରାଇ ବିରୂପା ନଦୀକୁ ଖସିପଡ଼ିଥିଲା କାର । ଜଗତପୁର ଥାନା ଅନ୍ତର୍ଗତ ଆଇବି ରୋଡ୍ ସ୍ଥିତ ବିରୂପା ନଦୀରୁ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ। ଆଜି ସକାଳେ ମୃତଦେହ ଉଦ୍ଧାର ହୋଇଛି ।

ବୁଧବାର ସନ୍ଧ୍ୟା ପ୍ରାୟ ୭ଟା ହେବ, ହଠାତ୍ ଆଇବି ରୋଡ୍ ଆଡୁ ଦ୍ରୁତ ବେଗରେ ମାଡ଼ି ଆସିଲା ଏକ ଧଳା ରଙ୍ଗର କାର୍ । କେହି କିଛି ବୁଝିବା ପୂର୍ବରୁ କାରଟି ନଦୀ ଭିତରକୁ ପଶି ଯାଇଥିଲା । ଯିଏ ଯୁଆଡ଼େ ଥିଲେ ନଦୀ କୂଳକୁ ଧାଇଁ ଆସିଥିଲେ। ମୋତେ ବଞ୍ଚାଅ ବୋଲି ଜଣେ ଯୁବକଙ୍କ ପାଟି ଶୁଣି ତୁରନ୍ତ ସ୍ଥାନୀୟ ଲୋକେ ପାଣିକୁ ଡେଇଁ ପଡ଼ିଥିଲେ । ସୌଭାଗ୍ୟବଶତଃ ଯୁବକଙ୍କୁ ଉଦ୍ଧାର କରାଯାଇଥିଲା । କାର୍ ଭିତରେ ଥିବା ଆଉ ଜଣେ ଯୁବକଙ୍କୁ ଖୋଜିବାକୁ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ୍।

ପାଖାପାଖି ସାଢ଼େ ୫ ଘଣ୍ଟାର ଅପରେସନ୍ ପରେ ଗାଡ଼ିଟି ବାହାରକୁ ବାହାର କରାଯାଇଥିଲା, କିନ୍ତୁ ଯୁବକଙ୍କ ପତ୍ତା ମିଳି ନଥିଲା । ଜଗତପୁର ଥାନା ଅନ୍ତର୍ଗତ ବିରୂପା ନଦୀ କୂଳରେ ଏହି ଘଟିଥିଲା ଘଟିଛି । ବ୍ୟାଟେରୀ ଚାଳିତ ଧଳା ରଙ୍ଗର କାର୍ ଭାରସାମ୍ୟ ହରାଇ ସ୍ଥାନୀୟ ଆଇବି ରୋଡ ସ୍ଥିତ ଡାକବଙ୍ଗଳା ପାର୍ଶ୍ବ ଫକୀରପୁର ପଣ୍ଡାସାହି ନିକଟରେ ବିରୂପା ନଦୀକୁ ପଶିଯାଇଥିଲା ।