ନୂଆଦିଲ୍ଲୀ ୦୯।୦୫: ଗଞ୍ଜାମ ଜିଲ୍ଲାର ଧରାକୋଟ ରାଜବାଟୀ ତଥା ରାଜାଙ୍କ ପ୍ୟାଲେସ୍‌ରେ ଓଡ଼ିଆ ଚଳଚ୍ଚିତ୍ର ଦଣ୍ଡକାଳୀର ସୁଟିଂ ହୋଇଛି । ଗଞ୍ଜାମ ଜିଲ୍ଲାର ଆଧ୍ୟାତ୍ମିକ ଓ ପାରମ୍ପରିକ ଗଣପର୍ବ ମା’ କାଳୀଙ୍କ ଦଣ୍ଡଯାତ୍ରା ଉପରେ ଏହି ଚଳଚ୍ଚିତ୍ର ଆଧାରିତ ହୋଇଛି । ରାଜଶ୍ରୀ ଘୋଷ ଏହାର ପ୍ରଯୋଜକ ଥିବା ବେଳେ ସୁକାନ୍ତ ସାହୁ ଏହାର କାର୍ଯ୍ୟ ନିର୍ବାହୀ ପ୍ରଯୋଜକ ଅଛନ୍ତି ।

ସୁଧାଂଶୁ ମୋହନ ସାହୁ ନିର୍ଦ୍ଦେଶକ, ପ୍ରେମ ଆନନ୍ଦ ସଙ୍ଗୀତ ନିର୍ଦ୍ଦେଶକ, ଅଭିଷିକ୍ତା ମିଶ୍ର କାହଣୀ, ଦିଲ୍ଲିପ ଚୌଧୁରୀ ସଂଳାପ, ଦୀପକ କୁମାର ଚିତ୍ରୋଉତ୍ତୋଳନ କରୁଥିବା ବେଳେ ତ୍ରିଲୋଚନ ସ୍ୱାଇଁ ସହ ନିର୍ଦ୍ଦେଶକ ରହିଛନ୍ତି । ଚଳଚ୍ଚିତ୍ରରେ ବିଭିନ୍ନ ଭୂମିକାରେ ମହାଶ୍ୱେତା ରାୟ, ସିଦ୍ଧାନ୍ତ ମହାପାତ୍ର, ଉଷାଶ୍ରୀ ମିଶ୍ର, ସୂର୍ଯ୍ୟମୟୀ, ଚୌଧୁରୀ ଜୟ ପ୍ରକାଶ ଦାସ, କ୍ରିଷ୍ଣା କର (କେ କେ), ନିହାର ରଞ୍ଜନ ସାମଲ, ଗୁରୁଦେବ, ଶ୍ରୀଧର ମହନ୍ତ, ତୃପ୍ତି ମିରାମିକା, ଉଦିତ ଗୁରୁ, ଏଲି ପାଢ଼ି ପ୍ରମୁଖ କଳାକାର ଅଭିନୟ କରୁଛନ୍ତି ।

ଗଞ୍ଜାମ ଜିଲ୍ଲାର ଧରାକୋଟ, ଖଲିକୋଟ, କଞ୍ଚଣା, ସାଳବଣ ସମେତ ବିଭିନ୍ନ ପ୍ରାକୃତିକ ପରିବେଶରେ ଏହି ଚଳଚ୍ଚିତ୍ରର ସୁଟିଂ କରାଯିବ । ଧରାକୋଟ ଅଞ୍ଚଳର ପ୍ରାକୃତିକ ପରିବେଶ ଚଳଚ୍ଚିତ୍ର ସୁଟିଂ ପାଇଁ ଅନୁକୂଳ ରହିଥିବାରୁ ପ୍ରଯୋଜକ ମାନେ ଏହି ଅଞ୍ଚଳରେ ସୁଟିଂ ପାଇଁ ମନ ବଳାଉଛନ୍ତି ।