ମେଷ - କାର୍ଯ୍ୟକ୍ଷେତ୍ରରେ ନୂଆ ସୁଯୋଗ ମିଳିପାରେ । ଆର୍ଥିକ ଦିଗରେ ସତର୍କ ରୁହନ୍ତୁ । ପରିବାରରେ ଖୁସିର ପରିବେଶ ରହିବ । ବନ୍ଧୁଙ୍କ ସହଯୋଗ ଲାଭଦାୟକ ହେବ। ଯାତ୍ରା ଯୋଗ ରହିଛି । ସନ୍ତାନଙ୍କ ଉନ୍ନତି ସମ୍ବାଦ ପାଇ ଖୁସି ହେବେ ।

ବୃଷ - ଅଟକିଥିବା କାମ ସମ୍ପୂର୍ଣ୍ଣ ହେବାର ସମ୍ଭାବନା । ବ୍ୟବସାୟରେ ନୂତନ ଯୋଗାଯୋଗ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ । ଅନାବଶ୍ୟକ ଖର୍ଚ୍ଚ ଏଡ଼ନ୍ତୁ । ଜମିଜମା ସମ୍ବନ୍ଧୀୟ ଆଲୋଚନାରେ ସଫଳତା ମିଳିପାରେ ।

ମିଥୁନ - ମନରେ ଉତ୍ସାହ ବଢ଼ିବ । ଚାକିରିରେ ପ୍ରଶଂସା ମିଳିପାରେ । ପୁରୁଣା ବିବାଦର ସମାଧାନ ହେବ । ପରିବାରର ସହଯୋଗ ପାଇବେ । ଧାର ଦେବା-ନେବାରେ ସତର୍କ ରୁହନ୍ତୁ । ନୂଆ ମିତ୍ରତା ଭବିଷ୍ୟତରେ ଲାଭଦାୟକ ସାବ୍ୟସ୍ତ ହେବ ।

କର୍କଟ - କାର୍ଯ୍ୟକ୍ଷେତ୍ରରେ ଦାୟିତ୍ୱ ବଢ଼ିପାରେ । ଧନପ୍ରାପ୍ତିର ଯୋଗ ରହିଛି । ଗୁରୁଜନଙ୍କ ପରାମର୍ଶ ଲାଭଦାୟକ ହେବ । ମନ ଶାନ୍ତ ରହିବ । ନୂଆ ଯୋଜନା ଆରମ୍ଭ କରିପାରନ୍ତି । ସାମାଜିକ ସମ୍ମାନ ବୃଦ୍ଧି ପାଇବ ।

ସିଂହ - ପରିଶ୍ରମର ଭଲ ଫଳ ମିଳିବ । ବ୍ୟବସାୟରେ ଉନ୍ନତି ଦେଖିବେ । ଘରେ ଶୁଭ କାର୍ଯ୍ୟର ଆଲୋଚନା ହୋଇପାରେ । ଅଧିକ କ୍ରୋଧରୁ ଦୂରେ ରୁହନ୍ତୁ । ଆର୍ଥିକ ସ୍ଥିତି ସୁଦୃଢ଼ ହେବ । ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ସହଯୋଗ ପାଇବେ ।

କନ୍ୟା - ଦିନଟି ମିଶ୍ର ଫଳଦାୟକ ରହିବ । ଚାକିରିରେ ସହକର୍ମୀଙ୍କ ସହଯୋଗ ମିଳିବ । ଧାର୍ମିକ କାର୍ଯ୍ୟରେ ଆଗ୍ରହ ବଢ଼ିବ । ସ୍ୱାସ୍ଥ୍ୟରେ ସାମାନ୍ୟ ଅସୁବିଧା ହୋଇପାରେ । ପରିବାରରେ ସୁଖ ଶାନ୍ତି ରହିବ । ଅଟକିଥିବା ଟଙ୍କା ଫେରି ପାଇବାର ସମ୍ଭାବନା ଅଛି ।

ତୁଳା - ନୂତନ ଚୁକ୍ତି କିମ୍ବା ବ୍ୟବସାୟିକ ଆଲୋଚନା ସଫଳ ହେବ । ଆୟ ବୃଦ୍ଧିର ସମ୍ଭାବନା ରହିଛି । ପ୍ରିୟଜନଙ୍କ ସହ ସମୟ କାଟିବେ । ଦୂର ଯାତ୍ରାର ଯୋଗ ଅଛି । ମନୋବଳ ଦୃଢ଼ ରହିବ । ଭାଗୀଦାରୀ ବ୍ୟବସାୟରେ ଶୁଭ ଫଳ ମିଳିବ ।

ବିଛା - ଅଟକିଥିବା ଅର୍ଥ ମିଳିପାରେ । ଚାକିରି ଓ ବ୍ୟବସାୟରେ ସକାରାତ୍ମକ ପରିବର୍ତ୍ତନ ହେବ । ନିଜ କଥାବାର୍ତ୍ତାରେ ସଂଯମ ରଖନ୍ତୁ । ପରିବାରରେ ଆନନ୍ଦ ରହିବ । ନୂଆ ନିବେଶ ପାଇଁ ଦିନଟି ଭଲ । ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ଲାଭ ଦେବ ।

ଧନୁ - ଭାଗ୍ୟର ସହଯୋଗ ମିଳିବ । ଶିକ୍ଷା ଓ ପ୍ରତିଯୋଗିତାରେ ସଫଳତା ଆସିବ । ବ୍ୟବସାୟରେ ଲାଭ ମିଳିବ । ମିତ୍ରଙ୍କ ସହ ଭେଟ ହେବ । ଧାର୍ମିକ କାର୍ଯ୍ୟରେ ମନ ଲାଗିବ । ପୁରୁଣା ଇଚ୍ଛା ପୂରଣ ହେବାର ସମ୍ଭାବନା ରହିଛି ।

ମକର - କାର୍ଯ୍ୟକ୍ଷେତ୍ରରେ ସତର୍କ ରୁହନ୍ତୁ । ଅନାବଶ୍ୟକ ବିବାଦରୁ ଦୂରେ ରୁହନ୍ତୁ । ପରିବାରର ସମର୍ଥନ ପାଇବେ । ଆର୍ଥିକ ସ୍ଥିତି ଧୀରେ ଧୀରେ ସୁଧୁରିବ । ସ୍ୱାସ୍ଥ୍ୟ ଭଲ ରହିବ । ନୂଆ ଦାୟିତ୍ୱ ଭବିଷ୍ୟତରେ ଲାଭଦାୟକ ହେବ ।

କୁମ୍ଭ - ସହଭାଗିତା କାର୍ଯ୍ୟରେ ଲାଭ ମିଳିବ । ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ । ବ୍ୟବସାୟରେ ଭଲ ଅର୍ଡର ମିଳିପାରେ । ନୂଆ ବ୍ୟକ୍ତିଙ୍କ ସହ ପରିଚୟ ହେବ । ଆର୍ଥିକ ଲାଭର ଯୋଗ ରହିଛି । ବିଦେଶ କିମ୍ବା ଦୂରସ୍ଥ ସ୍ଥାନରୁ ଶୁଭ ଖବର ମିଳିପାରେ ।

ମୀନ - ଆତ୍ମବିଶ୍ୱାସ ବଢ଼ିବ ଓ କାର୍ଯ୍ୟରେ ସଫଳତା ମିଳିବ । ଧନପ୍ରାପ୍ତିର ଭଲ ସୁଯୋଗ ଆସିପାରେ । ପରିବାରରେ ଶୁଭ ଖବର ମିଳିବ । ବ୍ୟବସାୟିକ ନିଷ୍ପତ୍ତି ଲାଭଦାୟକ ହେବ । ମାନସିକ ଶାନ୍ତି ଅନୁଭବ କରିବେ । ସୃଜନଶୀଳ କାର୍ଯ୍ୟରେ ପ୍ରଶଂସା ପାଇପାରନ୍ତି ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ - 8249826682