ଭୁବନେଶ୍ୱର ୨୦।୧୧ : ଓଡ଼ିଶା ଉପକୂଳରେ ବାତ୍ୟାର ପ୍ରଭାବ ଜାରି ରହିଛି। ଜାରି ରହିଛି ବାତ୍ୟାର ସ୍ଥଳଭାଗ ଅତିକ୍ରମ ପ୍ରକ୍ରିୟା। ଆହୁରି ପ୍ରାୟ ୨ ଘଣ୍ଟା ଧରି ଏହି ପ୍ରକ୍ରିୟା ଜାରି ରହିବାର ସମ୍ଭାବନା ରହିଥିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ବାତ୍ୟାର କେନ୍ଦ୍ର ଗୋପାଳପୁରଠାରୁ ପ୍ରାୟ ୬୦ କିଲୋମିଟର, କଳିଙ୍ଗପାଟନମଠାରୁ ୮୦ କିଲୋମିଟର ଏବଂ ପୁରୀଠାରୁ ୧୬୦ କିଲୋମିଟର ଦୂରରେ ରହିଛି। ଗତ ୬ ଘଣ୍ଟା ମଧ୍ୟରେ ବାତ୍ୟା ଘଣ୍ଟାପ୍ରତି ୨୧ କିଲୋମିଟର ବେଗରେ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରିଛି। ସ୍ଥଳଭାଗ ଅତିକ୍ରମ କରିବା ସମୟରେ ପବନର ବେଗ ଘଣ୍ଟାପ୍ରତି ୭୦ରୁ ୮୦ କିଲୋମିଟର ରହିବା ସହ ଝଟକା ପବନର ବେଗ ୯୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିବାର ଆକଳନ କରାଯାଇଛି।

ବାତ୍ୟା ପ୍ରଭାବରେ ରାଜ୍ୟର ବିଭିନ୍ନ ଉପକୂଳ ଓ ଅନ୍ୟ ଅଞ୍ଚଳରେ ପ୍ରବଳ ବର୍ଷା ରେକର୍ଡ ହୋଇଛି। ଗୋପାଳପୁରରେ ସର୍ବାଧିକ ୧୮୯.୬ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଭାରୀ ବର୍ଷା ହୋଇଛି। ତେବେ ରେକର୍ଡ ହୋଇଥିବା ବର୍ଷାର ପରିମାଣ ମଧ୍ୟରେ-:

ଗୋପାଳପୁର – ୧୮୯.୬ ମିମି

ଚାନ୍ଦବାଲି – ୧୧୪ ମିମି

ପାରାଦୀପ – ୯୩ ମିମି

ରାଜନଗର – ୮୨ ମିମି

ପୁରୀ – ୭୯ ମିମି

ପଟ୍ଟାମୁଣ୍ଡାଇ – ୭୬ ମିମି

ଜି. ଉଦୟଗିରି – ୭୫ ମିମି

ରାଜକନିକା – ୭୦ ମିମି

ଆଳି – ୬୫ ମିମି

Also Read:-ଅପେରା ଦେଖୁଥିବା ବେଳେ ଅଘଟଣ ! ଚେୟାରରେ ଟଳିପଡ଼ିଲେ ଦର୍ଶକ, ଚାଲିଗଲା ଜୀବନ

ସେହିପରି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତିଙ୍କ ସୂଚନା ଅନୁସାରେ, ବାତ୍ୟାର ସ୍ଥଳଭାଗ ଅତିକ୍ରମ ପ୍ରକ୍ରିୟା ଓ ଏହାର ପ୍ରଭାବ ଉପରେ ପାଣିପାଗ ବିଭାଗ ନଜର ରଖିଛି। ବାତ୍ୟା ପ୍ରଭାବରେ ପବନ ଓ ବର୍ଷା ଜାରି ରହିଥିବାରୁ ଉପକୂଳବର୍ତ୍ତୀ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ। ଅତ୍ୟାବଶ୍ୟକ ନହେଲେ ଘରୁ ବାହାରକୁ ନଯିବା ସହ ପ୍ରଶାସନ ଓ ପାଣିପାଗ ବିଭାଗର ନିର୍ଦ୍ଦେଶ ପାଳନ କରିବା ଜରୁରୀ।

Watch Video:-

​​​​​​​